ଦେବମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ, କରୋନା କଟକଣାରେ ଚାଲିଛି ପୂଜାର୍ଚ୍ଚନା

Published By : Prameya-News7 Bureau | November 04, 2021 IST

ଭଦ୍ରକ, ୦୪/୧୧:  ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ମା' ଭଦ୍ରକାଳୀଙ୍କ ପୀଠରେ ଗୁରୁବାର ଠାରୁ ଆରମ୍ଭ ହୋଇଛି କାଳୀପୂଜା । ତେବେ ମା' ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବାକୁଥିବାବେଳେ ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

କରୋନା କଟକଣା ସହିତ ମା'ଙ୍କ ପୂଜାର୍ଚ୍ଚନା ହେଉଛି । ପରମ ବୈଷ୍ଣବୀ ମା' ଭଦ୍ରକାଳୀ ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି।  ସପ୍ତମାତୃକା ବେଶର ପ୍ରଥମ ଦିନରେ ମା' ବେଦମାତା ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଛନ୍ତି । ଏହି ଅବସରରେ ମା'ଙ୍କୁ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଚଣ୍ଡିପାଠ ଅନୁଷ୍ଠିତ ହୋଇଛି।  କିନ୍ତୁ କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ ଫିକା ପଡିଛି ପୂଜା। କେବଳ ବିଧି ଅନୁଯାୟୀ ପୂଜା ଅନୁଷ୍ଠିତ ହେଉଛି । ମନ୍ଦିରରେ  ଦର୍ଶନ ଲାଗି ଭକ୍ତମାନଙ୍କୁ ବାରଣ କରାଯାଇଛି ।

ବେଦମାତା ବେଶରେ ଭକ୍ତ ମାନେ ଦର୍ଶନ କଲେ ପରିବାରରେ ମଙ୍ଗଳ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ଶୁକ୍ରବାର ସପ୍ତମାତୃକା ବେଶର ଦ୍ଵିତୀୟ ଦିନରେ ମା' ମହାକାଳୀ ବେଶରେ ପୂଜା ପାଇବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.