ଭଦ୍ରକରେ ତ୍ୟାଗଭୂମି ମହୋତ୍ସବ ଉଦ୍‌ଘାଟିତ

Published By : Prameya-News7 Bureau | December 30, 2020 IST

ଭଦ୍ରକ୩୦/୧୨: ଭଦ୍ରକୀୟ ଅସ୍ମିତାର ପ୍ରତୀକ ତଥା ଜିଲ୍ଲା ମହୋତ୍ସବର ଆଦ୍ୟସୌରଭ ତ୍ୟାଗଭୂମି ମହୋତ୍ସବ - ୨୦୨୦ ଉଦ୍‌ଘାଟିତ ହୋଇଯାଇଛି। ଏହି ଉତ୍ସବର ଆଦ୍ୟ ଦିବସରେ ରକ୍ତ ତୀର୍ଥ ଇରମ୍ ଏବଂ ଶହୀଦ ପୀଠ ଲୁଣିଆରୁ ଆସିଥିବା ଭଦ୍ରକୀୟ ସଂଗ୍ରାମର ଅମର ପ୍ରତୀକ ମଶାଲକୁ ଭଦ୍ରକ ସହରର ପ୍ରବେଶ ଦ୍ଵାର ମହତାବ ଗୋଲେଇରୁ ଶୋଭାଯାତ୍ରାରେ ଅଣାଯାଇ ତ୍ୟାଗଭୂମି ପୀଠରେ ସ୍ଥାପନ କରାଯାଇଛି। ମଶାଲ ଶୋଭାଯାତ୍ରାକୁ ସ୍ଵାଗତ ପୂର୍ବକ ଜିଲ୍ଲାପାଳ ଡ . ଜ୍ଞାନ ଦାସ ମହୋତ୍ସବ ଉଦ୍‌ଘାଟନ କରିଥିଲେ।

ତ୍ୟାଗଭୂମିର ବରିଷ୍ଠ ସଦସ୍ୟ ପ୍ରଫେସର ଡ . ପ୍ରଫୁଲ୍ଲ ସାହୁଙ୍କ ରଚିତ ତ୍ୟାଗଭୂମି ସଂଗୀତ ସଭାମଞ୍ଚକୁ ବିଭୋର କରିଥିବା ବେଳେ କାନ୍ତକବିଙ୍କ ରଚିତ ମନମୋହନ ସଂଗୀତ ପରିଷଦ ପରିବେଷିତ ବନ୍ଦେ ଉତ୍କଳ ଜନନୀ ଗାନ ହେବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ତ୍ୟାଗଭୂମି ପତ୍ରିକାର ଅନ୍ୟତମ ସଂପାଦକ ଡ. ଅଭୟ କୁମାର ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ଅଜୟ ନାୟକ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ମହୋତ୍ସବର ଆଗାମୀ ଯୋଜନା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। କରୋନା ମହାମାରୀରେ ଦିବଂଗତ ହୋଇଥିବା ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.