ଭଦ୍ରକରେ ୧୦୦ ଡେଇଁଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଜିଲ୍ଲାରେ ମୋଟ କୋଭିଡ-୧୯ ପଜିଟିଭ ୧୦୬

Published By : Prameya-News7 Bureau | May 25, 2020 IST

ଭଦ୍ରକ, ୨୫|୦୫: ଭଦ୍ରକ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ୍ । ସୋମବାର ୧୦୦ ଡେଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଜିଲ୍ଲାରେ ୮ ଜଣ ନୂଆ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ରହିଥିବା ବେଳେ , ତେଲେଙ୍ଗାନା ଲିଙ୍କ୍ ଥିବା ଜଣେ, ଆନ୍ଧ୍ରପ୍ରଦେଶ ଲିଙ୍କର ଜଣେ ଓ ଗୁଜୁରାଟ ଲିଙ୍କରେ ୨ ଜଣ ରହିଛନ୍ତି । ସମସ୍ତ ଚିହ୍ନଟଙ୍କର କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା ଓ ସେମାନେ କ୍ଵାରେଣ୍ଟାଇନରେ ଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୬ରେ ପହଁଚିଛି ।

ରାଜ୍ୟରେ ଦିନକୁ ଦିନ ବଢି ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସୋମବାର ରାଜ୍ୟରେ ଆଉ ୧୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୩୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୧୦୩ ସଂକ୍ରମିତଙ୍କ ମଧ୍ୟରୁ ୯୬ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ଆଜି ଚିହ୍ନଟ ହୋଇଥିହା ୧୦୩ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୪ଜଣ, ଯାଜପୁର ଜିଲ୍ଲାର ଜଣେ, ବାଲେଶ୍ୱରରୁ ୫ଜଣ, ଭଦ୍ରକରୁ ୮ଜଣ, ଖୋର୍ଦ୍ଧାରୁ ୫ଜଣ, କେନ୍ଦ୍ରାପଡାରୁ ୧୫ଜଣ, ଜଗତସିଂହପୁରରୁ ୧୦ଜଣ, ଦେଓଗଡରୁ୨୨, ବଲାଙ୍ଗୀରରୁ ୮ଜଣ, ମାଲକାନଗିରିରୁ ୯ଜଣ, ମୟୁରଭଞ୍ଜରୁ ଜଣେ, କେନ୍ଦୁଝରରୁ ଜଣେ, ଗଜପତିରୁ ୬ଜଣ, କୋରାପୁଟରୁ ୬ଜଣ, କନ୍ଧମାଳରୁ ଜଣେ ଏବଂ ଢେଙ୍କାନାଳରୁ ଜଣେ ଚିହ୍ନଟ ହୋଇଛନ୍ତି । ଆଜି ସର୍ବାଧିକ ସଂକ୍ରମିତ ଦେଓଗଡ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.