ଭଦ୍ରକ ଉପଜିଲ୍ଲାପାଳଙ୍କ ମାନବିକତା : ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ କଲେ ଭର୍ତ୍ତି

Published By : Prameya-News7 Bureau | May 25, 2021 IST

ଭଦ୍ରକ ୨୫।୫: ବାତ୍ୟା ‘ୟସ୍’ ର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ନୋଡାଲ ଅଫିସର ଭାବେ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ତେବେ କାର୍ଯ୍ୟକ୍ଷେତ୍ରକୁ ଯିବାବେଳେ ମାନବିକତା  ଦେଖାଇଛନ୍ତି ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ବର ସାମଲ ।

{"id":456885,"sizeSlug":"large","linkDestination":"none"}

ଉପଜିଲ୍ଲାପାଳ ପୀତାମ୍ବର ସାମଲ ବାତ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଧାମନଗର ଅଞ୍ଚଳକୁ ଯିବାବେଳେ ଧାମନଗର ଥାନା ଚୁନୁପଡା ଛକ ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ଉପଜିଲ୍ଲାପାଳଙ୍କ ଗାଡିକୁ ଧକ୍କା ଦେଇଥିଲା  । ତେବେ ଉପଜିଲ୍ଲାପାଳ ପୀତାମ୍ବର ସାମଲ ସଙ୍ଗେ ସଙ୍ଗେ ଆହତ ଯୁବକଙ୍କୁ ନିଜ ଗାଡିରେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

{"id":456886,"sizeSlug":"large","linkDestination":"none"}

ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପରେ ଉପଜିଲ୍ଲାପାଳ ପୁଣି ନିଜ କାମରେ ବାତ୍ୟା ମୁକାବିଲା ପାଇଁ ବାହାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.