Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଭଦ୍ରକ: କଣ୍ଟେନ୍‌ରରେ ଚାଲିଥିଲା ଷଣ୍ଢ ଚାଲାଣ, ପୋଲିସକୁ ଦାୟୀ କରି ରାସ୍ତା ରୋକ କଲେ ସ୍ଥାନୀୟ ଲୋକେ

1/02/2021 at 10:58 PM

ଭଦ୍ରକ୧/୨: କଣ୍ଟେନରରେ ଲେଖା ଯାଇଛି ଡାକ ପାର୍ସଲ , କିନ୍ତୁ କଣ୍ଟେନର ଭିତରେ ବୋଝେଇ ହୋଇଛନ୍ତି ଷଣ୍ଢ ଓ ଗାଈ। ଷଣ୍ଢ ଓ ଗାଈ  ଚାଲାଣକୁ ବିରୋଧ କରିବା ସହ ପୋଲିସର ନିଷ୍କ୍ରିୟତାକୁ ଦାୟୀ କରି ରାସ୍ତାରେ ବସିଛନ୍ତି ଉତ୍ତ୍ୟକ୍ତ ଲୋକେ । ସୂଚନାଯୋଗ୍ୟ ଯେ ଭଦ୍ରକ ସହରର ବାଇପାସ ନିକଟରେ ରାସ୍ତାରୋକ ହୋଇଛି। ଏକ କଣ୍ଟେନରରେ ଗୋରୁ ଓ ଷଣ୍ଢଙ୍କୁ ବୋଝେଇ କରି ନେଉଥିବା ବେଳେ ପୋଲିସ ଜବତ କରିଥିଲା।

କଣ୍ଟେନରର ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିଲେ । ଜବତ କଣ୍ଟେନରକୁ ଗୋଶାଳା ନେଉଥିବା ବେଳେ ନୂଆ ବସଷ୍ଟାଣ୍ଡ ନିକଟରେ ଗାଡି ଆଗରେ ଧାରଣା ଦେଲେ ଉତ୍ତ୍ୟକ୍ତ ଲୋକେ । ପୁରୁଣା ବଜାର ଥାନା ଅଞ୍ଚଳରୁ କଣ୍ଟେନରଟିକୁ ପୋଲିସ ଜବତ କରିଥିଲା ବୋଲି ସୂଚନା ମିଳିଛି । ଡାକ ପାର୍ସଲ ଗାଡିରେ ମାଫିଆମାନେ ଗୋରୁ ଷଣ୍ଢ ଚାଲାଣ କରୁଥିଲେ। ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ବୁଝାସୁଝା କରୁଛି । ତେବେ ଲୋକେ ଏହି ଚାଲାଣ ପଛରେ ପୋଲିସର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି ।

   Related Posts