ଭଦ୍ରକ ଜିଲ୍ଲା ୨ ଦିନ ପାଇଁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌

Published By : Prameya-News7 Bureau | July 31, 2020 IST

ଭଦ୍ରକ୩୧/୭:  କରୋନା ସଂକ୍ରମଣ ରୋକିବା ୨ ଦିନ ପାଇଁ ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ । ଭଦ୍ରକ ଜିଲ୍ଲାକୁ ୨ଦିନ ବା ୪୮ ଘଣ୍ଟା ବନ୍ଦ ଘୋଷଣା କରାଯାଇଛି । ଜୁଲାଇ ମାସରେ ଜିଲ୍ଲାରେ ଶନିବାର ଦିନକୁ ସଟଡାଉନ୍ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ। ପରେ ଏହି ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କରାଗଲା। ପରେ ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନ ଏ ସି ରେ ଲାକଡାଉନ କଟକଣା ସହ ସକାଳ ୫ ରୁ ଦିନ ୧ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଥିଲା ପ୍ରଶାସନ । ପରେ ଜିଲ୍ଲା ରୁ ସମସ୍ତ ବ୍ଲକ ର ମୁଖ୍ୟାଳୟରେ ଏହି କଟକଣା ଜାରୀ କରାଯାଇଥିଲା ।

{"id":307944,"sizeSlug":"large"}

ତେବେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ମଧ୍ୟ ରେ ଲୋକାଲ କେସ ମଧ୍ୟ ବୃଦ୍ଧି ପାଉଛି । ସାନିଟାଇଜେସନ ସହ ସର୍ଭିଲାନ୍ସ ପାଇଁ ସମ୍ପୂର୍ଣ ଜିଲ୍ଲାକୁ ଦୁଇ ଦିନ ସଟଡାଉନ ଘୋଷଣା କରାଯାଇଛି । ଅଗଷ୍ଟ ମାସ 1 ତାରିଖ ଓ 2 ତାରିଖ ଜିଲ୍ଲା ସମ୍ପୂର୍ଣ ସଟଡାଉନ ରହିବ ।  ଏହି ସମୟ ସୀମା ମଧ୍ୟ ରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ କେତେକ ନିର୍ଦ୍ଧିଷ୍ଟ ସେବା କୁ କାର୍ଯ୍ୟ ପାଇଁ ଅନୁମତି ମିଳିଛି । ଏହି ସମୟ ମଧ୍ୟ ଏନ୍ଫୋର୍ସମେଣ୍ଟ କୁ ମଧ୍ୟ ଜୋରଦାର କରାଯିବ । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.