ଭଦ୍ରକର ସପିଂ ମଲ ସାମ୍ନାରେ ଯୁବକଙ୍କୁ ଏପରି ଠକିଲେ ଠକ
31/01/2020 at 4:54 PM

ଭଦ୍ରକ୩୧/୧: ସପିଂ ମଲ ସାମ୍ନାରେ ବୁଲୁଛନ୍ତି ଠକ। ସପିଂ ପରେ ଭେଟି ଲୋଭ ଦେଖାଇ ଫୋନ ନମ୍ବର ଓ ଠିକଣା ମାଗୁଛନ୍ତି ଠକମାନେ। ପରବର୍ତ୍ତୀ ସମୟରେ ଫୋନ କଲ ଆସୁଛି ଯେ ତୁମର ଲଟେରୀ ଲାଗିଛି। ଏପରି କୁହଯାଉଛି ଯେ ତୁମର ଦାମୀ ଜିନିଷ ଏବେ ଡିସକାଉଣ୍ଟରେ ମିଳୁଛି । ଯଦି ଅଫର ପସନ୍ଦ ଆସିଲା ତେବେ ସେମାନେ ପୋଷ୍ଟାଲରେ ପଠାଇ ଦେବେ ବୋଲି ମଧ୍ୟ କହୁଛନ୍ତି । ପୋଷ୍ଟାଲରୁ ଟଙ୍କା ଦେଇ ଆପଣ ଜିନିଷ ନେଇଯିବେ। ଏମିତି ଠକାମିର ଶିକାର ହୋଇଛନ୍ତି ଜଣେ ଯୁବକ।
ଯୁବକଙ୍କ ଘର ଜଗତସିଂପୁରର ବାବୁ ମଲିକ । ସେ ଭଦ୍ରକ ଜିଲ୍ଲାରେ ରହି କାମ କରନ୍ତି । ସେ ଭଦ୍ରକ ସହରର ଏକ ମଲରେ ସପିଂ କରିବା ପାଇଁ ଯାଇଥିଲେ। ସେଠାରେ ତାଙ୍କୁ ଜଣେ ଯୁବକ ଏକ ନାଁ ନ ଥିବା ଏକ କୁପନ ଦେଇ ତାଙ୍କ ନାମ ଓ ଫୋନ ନମ୍ବର ନେଇଯାଇଥିଲା।
ପରବର୍ତ୍ତୀ ସମୟରେ ତାଙ୍କୁ କଲ ଆସିଥିଲା ଯେ ତାଙ୍କର ଲଟେରୀ ଲାଗିଛି । ଅଫର୍ ଆସିଛି ୧୪୯୯୯ ଟଙ୍କାର ମୋବାଇଲ ୪୯୯୯ ଟଙ୍କାରେ ମିଳୁଛି । ଅଫର ପସନ୍ଦ ହେଲେ କୁହନ୍ତୁ ଆମେ ପୋଷ୍ଟାଲରେ ପଠାଇ ଦେବୁ। । ପୋଷ୍ଟାଲରେ ଟଙ୍କା ଜମା କରିବା ପରେ ବାବୁଙ୍କୁ ପ୍ୟାକେଟ ମିଳିଛି । ପ୍ଯାକେଟ ଖୋଲିବା ବେଳକୁ ମୋବାଇଲ ନାହିଂ। ପ୍ଯାକେଟ ଭିତରେ ଲକ୍ଷ୍ମୀଙ୍କ ଛୋଟ ମୂର୍ତ୍ତି ସହ ମାଟି ଓ କପଡା ଭର୍ତ୍ତି ହୋଇଛି।
ଏନେଇ ସେ ପୋଷ୍ଟାଲ କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ । କିନ୍ତୁ କିଛି ଫଳ ମିଳି ନାହିଁ । କଲ ଆସିଥିବା ନମ୍ବରରେ ଯୋଗାଯୋଗ କରିବାରୁ ସେମାନେ କହିଛନ୍ତି ଯେ ଆମ କର୍ମଚାରୀ ଯିବେ କଣ ହୋଇଛି ବୁଝିବେ । ଏ ନେଇ ଥାନାରେ ଏତଲା ଦେବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ବାବୁ ।