Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଚୋରା କୋଇଲା ଧରିବାରେ କରିଥିଲେ ସହଯୋଗ, ରାତିରେ ଘରେ ପଶି କାର୍‌ ଜାଳିଦେଲେ ଦୁର୍ବୃତ୍ତ

13/10/2020 at 9:40 AM

ଭଦ୍ରକ ୧୩।୧୦: ପୋଲିସ ଇନଫର୍ମର ସନ୍ଦେହରେ ଗାଡିକୁ ପୋଡିଦେଲେ କୋଇଲା ମାଫିଆ । କୋଇଲା ମାଫିଆଙ୍କ ବିଷୟରେ ପୋଲିସକୁ ତଥ୍ୟ ଦେବାରୁ ଏକ ହ୍ୟୁଣ୍ଡାଇ କାର୍‌କୁ ଜାଳିଦେଇଛନ୍ତି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଇଚ୍ଛାପୁର ପରିବିନ୍ଧା ମାରପୁର ଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ଧାମରା ରେଳପଥରେ କୋଇଲା ଟ୍ରେନ ଯାଉଥିବା ବେଳେ ଚଳନ୍ତା ଟ୍ରେନରୁ କୋଇଲା ଚୋରି କରି ମାଲାମାଲ ହେଉଛନ୍ତି ମାଫିଆ । ଏପରି ଘଟଣା ବାରମ୍ଵାର ଘଟୁଛି। ଏନେଇ ଗତକାଲି ଆରପିଏଫ ପୋଲିସର ଇଚ୍ଛାପୁର ନିକଟରେ  ରେଡ୍‌ କରୁଥିବା ବେଳେ, କେଉଁଠି କୋଇଲା ଚୋରି ହେଉଛି ବୋଲି ଉକ୍ତ ଗ୍ରାମର ପ୍ରତାପ ବେହେରାଙ୍କୁ ପଚାରିଥିଲେ ।  ସେ କୋଇଲା ଚୋରି ହେଉଥିବାର ଠିକଣା ପୋଲିସକୁ ଜଣାଇଥିଲେ ।

ଏହାପରେ ଏହି ରାଗରଖି କୋଇଲା ମାଫିଆ ମାନେ , ଗତକାଲି ବିଳମ୍ବିତ ରାତିରେ ତାଙ୍କ ହ୍ୟୁଣ୍ଡାଇ କାରଟିକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା କହିଛନ୍ତି ପ୍ରତାପ । ଜଳିବା ପୂର୍ବରୁ ଗାଡିକୁ ପେଟ୍ରୋଲ ଛାଟିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କାର ନିଆଁ ଲାଗିବା ପରେ ବଡ ଧରଣର ବିସ୍ପୋରଣ ହୋଇଥିଲା । ଘର ଭିତରେ ଥିବା ଲୋକେ ଘରୁ ବାହାରକୁ ପଳାଇ ଆସିଥିଲେ । ଦେଖନ୍ତି ତ କାର୍‌ ଟି ପୋଡିଯାଉଛି ।

   Related Posts