ଭଦ୍ରକରେ ସାଧାରଣତନ୍ତ୍ର ଦିବସ ପାଳିତ, କରୋନା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ

Published By : Prameya-News7 Bureau | January 26, 2022 IST

ଭଦ୍ରକ, ୨୬/୦୧: ଭଦ୍ରକ ସହରରେ ଏଥର ନିରାଡ଼ମ୍ବର ଭାବେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । ନେହେରୁ ଷ୍ଟାଡିୟମ ପରିସରରେ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।

ମୁଖ୍ୟ ଅତିଥିଭାବେ ଭଦ୍ରକ ଜିଲ୍ଲାପାଳ ଶ୍ରୀଯୁକ୍ତ ତ୍ରିଲୋଚନ ମାଝୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥି ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

ସରକାରଙ୍କ କରୋନା କଟକଣାକୁ ମାନି ଷ୍ଟାଡିୟମ୍ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ତେବେ କରୋନା କଟକଣା ପାଇଁ ଏଥର ୭୩ ତମ ସାଧାରଣତନ୍ତ୍ର ଦିବସ ନିରାଡ଼ମ୍ବର ଭାବେ ପାଳିତ ହେଉଛି । ତେବେ ପୂର୍ବରୁ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଓ  ଅନେକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.