ବର୍ଷାରେ ବେହାଲ ଭଦ୍ରକ ସହର : ଉପୁଡିଲା ଗଛ, ଘରେ ପଶିଲା ପାଣି

Published By : Prameya-News7 Bureau | September 13, 2021 IST

ଭଦ୍ରକ, ୧୩।୦୯ :  ବର୍ଷାରେ ବେହାଲ ଭଦ୍ରକ ସହର । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ସହରର ତଳି ଅଞ୍ଚଳରେ ବର୍ଷା ପାଣି ଜମି ରହିବାରୁ ଲୋକମାନେ ଯିବା ଆସିବାରେ ହଇରାଣ ହରକତର ସମ୍ମୁଖୀନ ହୋଇଛନ୍ତି. । ବର୍ଷା ପବନ ଲାଗି ରହିଥିବାରୁ ଭଦ୍ରକ ସହର ୯ ନଂ ୱାର୍ଡରେ ବିରାଟ ଗଛ ଉପୁଡି ପଡି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ ତାର ଛିଡ଼ିବା ସହ ଖୁଣ୍ଟ ବଙ୍କା ହୋଇଯାଇଥିବା ଜଣାପଡିଛି ।

ସେହିପରି ଭଦ୍ରକ ପୌରପାଳିକା ଅନ୍ତର୍ଗତ ୫ ନଂ ୱାର୍ଡ ପଥରଆଡି ନିକଟରେ ରାସ୍ତା ଉପରେ ବର୍ଷା ଜଳ ଲହଡି ଭାଙ୍ଗୁଛି. କଣ୍ଟାପାଳ ସମେତ ବିଭିନ୍ନ  କଲୋନୀରେ ପାଣି ପଶିଯାଇଛି. । ଯାତାୟାତରେ ସମସ୍ୟା ଦେଖାଦେଇଛି. । ଡ୍ରେନ ସମସ୍ୟା ଥିବାରୁ, ବର୍ଷା ଜଳ ନିଷ୍କାସନ ହୋଇ ପାରୁନାହିଁ । ଫଳରେ ରାସ୍ତା ଉପରେ ଦୁଇ ଫୁଟର ବର୍ଷା ଜଳ ଲହଡି ଭାଙ୍ଗୁଛି । ରାସ୍ତା ଉପରେ କିଛି ପଞ୍ଚାୟତବାସୀଙ୍କ  ସହ ପୌରପାଳିକାର କିଛି ୱାର୍ଡ ବାସୀ ନିର୍ଭର କରିଥାନ୍ତି. । ସ୍କୁଲ,କିଛି  ସରକାରୀ କାର୍ଯ୍ୟାଳୟ ଥିବାରୁ ଲୋକମାନେ ଯିବାଆସିବାରେ ହଇରାଣ ହେଉଛନ୍ତି । ଏପରିକି ବର୍ଷା ଜଳ ନିଷ୍କାସନ ହୋଇ ନପାରି ଲୋକଙ୍କ ଘରେ ମଧ୍ୟ ପାଣି ପଶିଥିବାର ଦେଖିବାକୁ ମିଳିଛି ।

{"id":510699,"sizeSlug":"full","linkDestination":"none"}

ପାଣି ଜମିବା ସମସ୍ୟା ଆଜିର ନୁହେଁ, ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ବର୍ଷା ଜଳ ଲହଡି ଭାଙ୍ଗିଥାଏ । ଅପରିଷ୍କାର ପାଣି ଘରେ ପଶି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଏହି ସମସ୍ୟା ପାଇଁ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଥିବା କହିଛନ୍ତି ୱାର୍ଡ ବାସୀ । ସେହିପରି ଧାମନଗର ବ୍ଲକ ପଦ୍ମପୋଖରୀ ଗାଁରେ ଲଗାଣ ବର୍ଷାରେ ଘର ଭାଙ୍ଗିଛି । ପଦ୍ମପୋଖରୀ ଗାଁର ସିଦ୍ଧେଶ୍ୱର ସ୍ୱାଇଁଙ୍କ ଘର ଭୁଶୁଡି ଯାଇଛି । ଲଗାଣ ବର୍ଷା ଯୋଗୁଁ ପରିବାର ଲୋକେ ଘରୁ ବାହାରି ଆସିବା ବେଳେ ଘର ଭାଙ୍ଗିଯାଇଥିବା ସୂଚନା ମିଳିଛି । ପରିବାର ଲୋକେ ଏବେ ଅନ୍ୟ ଗ୍ରାମବାସୀଙ୍କ ଘରେ ଆଶ୍ରୟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.