ବିପୁଳ ପରିମାଣର ବିଦେଶୀ ମଦ ଜବତ କଲା ଭଦ୍ରକ ପୋଲିସ୍
7/07/2020 at 4:15 PM

ଭଦ୍ରକ୭/୭: ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଦ୍ଵାରା ବିପୁଳ ପରିମାଣର ବିଦେଶୀ ମଦ ଜବତ। ମିଳିଥିବା ସୂଚନା ଅନୁସାରେ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ୍ ସାମରାଇପୁର ଅଞ୍ଚଳରେ ଏକ ଘର ଉପରେ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତମାନେ ଭଦ୍ରକ ଅଞ୍ଚଳର ବୋଲି ପୁଲିସ ସୂଚନା ଦେଇଛି। ଜବତ ହୋଇଥିବା ବିଦେଶୀ ମଦ ର ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଉର୍ଦ୍ଧ୍ଵ ବୋଲି ଜଣାପଡିଛି । ଏ ସମ୍ପର୍କରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇଛି ।