'ନିର୍ଭୟା' ଯୋଜନାରେ ଭଦ୍ରକ ପୋଲିସକୁ ମିଳିଲା ୧୪ଟି ସ୍କୁଟି

Published By : Prameya-News7 Bureau | January 10, 2021 IST

ଭଦ୍ରକ୧୦/୧: ରାଜ୍ୟରେ ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ। ମହିଳାଙ୍କ ସୁରକ୍ଷା ପାଇଁ ଜିଲ୍ଲା ପୋଲିସକୁ ମିଳିଲା ୧୪ଟି ସ୍କୁଟି। ଯଦି କୌଣସି ମହିଳା ରାସ୍ତାରେ ଯିବା ବେଳେ ଅସୁରକ୍ଷିତ ମନେ କରନ୍ତି ତେବେ କିପରି ଜଣେ ମହିଳା ପୋଲିସ କର୍ମଚାରୀ ତାଙ୍କ ପାଖରେ ତୁରନ୍ତ ପହଞ୍ଚି ପାରିବେ, ସେ ନେଇ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ତେଣୁ ତୁରନ୍ତ ସହାୟତା ପହଞ୍ଚାଇବା ଲକ୍ଷ୍ୟରେ ଆଜି 'ନିର୍ଭୟା' ଯୋଜନାରେ ଭଦ୍ରକ ପୋଲିସକୁ ୧୪ଟି ସ୍କୁଟି ପ୍ରଦାନ କରିଛନ୍ତି ରାଜ୍ୟ ସରକାର।

 ଭଦ୍ରକ ସହରର ଚରମ୍ପାସ୍ଥିତ ରିଜର୍ଭ ପୋଲିସ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେକ୍ କାଟି ଏହାର ଶୁଭାରମ୍ଭ କରିଥିଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା। ମହିଳାମାନଙ୍କ ସୁରକ୍ଷା ଦିଗରେ ଏହି ସ୍କୁଟି ମାଧ୍ୟମରେ ତୁରନ୍ତ ମହିଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ପ୍ରଦାନ କରିପାରିବେ। ଏହି କାର୍ଯ୍ୟକ୍ରମରେ ରିଜର୍ଭ ପୋଲିସ ଅଧିକାରୀ ମନୋରଞ୍ଜନ ତରେଇଙ୍କ ସମେତ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ। ତେବେ କୌଣସି ସ୍ଥାନରେ ମହିଳାମାନେ କୌଣସି ଅସୁବିଧାରେ ପଡିଲେ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ସୂଚନା ମିଳିଲେ। ଏହି ସ୍କୁଟି ମାଧ୍ୟମରେ ପୋଲିସ କର୍ମଚାରୀମାନେ ପହଞ୍ଚିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.