Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

୧୨ କୋଟି ଟଙ୍କାରେ ନିର୍ମିତ ଭଦ୍ରକ ପାନ୍ଥନିବାସ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ, ହେଲେ ଏତେ ଭଲ କାମ ହୋଇଛି ଯେ ୩ ମାସରେ ସବୁ ଭାଙ୍ଗିରୁଜି ଗଲାଣି

1/06/2019 at 3:23 PM

ଭଦ୍ରକ ୧|୬: ନିମ୍ନମାନର କାମ ଅଭିଯୋଗ ।  ଭଦ୍ରକ ପାନ୍ଥନିବାସବାର କାନ୍ଥ ଫାଟିବା ସହ  ଶିଢିର ମାର୍ବଲ ବି ଭାଙ୍ଗି ଗଲାଣି । କାନ୍ଥରୁ ବି ପାଣି ଝରି ରଙ୍ଗ ଗଲାଣି । ମାର୍ଚ ମାସରେ ଉଦଘାଟନ ହେଲା । ଆଉ ଏବେ ଏମିତି ଅବସ୍ଥା ।  

ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ମୋଟେଲ ଛକ ନିକଟରେ ଅଛି  ଏହି ପାନ୍ଥ ନିବାସ । ସରକାରଙ୍କ ତହବିଲରୁ ଖର୍ଚ ହୋଇଛି ୧୨ କୋଟି ଟଙ୍କା ।

ଏଇ ମାର୍ଚ୍ଚ ୨ରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କଲେ । ହେଲେ ଦେଖନ୍ତୁ ଏହାର ହାଲ୍ । ଶିଡ଼ି ମାର୍ବଲ  ଖଣ୍ଡେ ଖଣ୍ଡେ ଭାଙ୍ଗିଲାଣି । ବାଥ ରୁଥ୍ କାନ୍ଥରୁ ପାଣି ଝରିକି କାନ୍ଥ ନଷ୍ଟ ହେଲାଣି । କିଛି ସ୍ଥାନରୁ  ଟାଇଲ ବି ଛାଡ଼ିଛି ।

ଉଦଘାଟନ ଫଳକ ଏଯାଏଁ ମରାଯାଇ ନାହିଁ । ଫଳକକୁ କାନ୍ଥରେ ଡେରି ଦିଆଯାଇଛି । ଚଟାଣରେ ଖାଲି ମଇଳା ।  ସବୁଠି ମାଛି ଭଣ ଭଣ  ।

ବାହାରୁ ଆସୁ ଥିବା ପର୍ଯ୍ୟଟକ , ବିବାହ ଓ ବଡ ବଡ ପାର୍ଟି ପାଇଁ ଏହି ପାନ୍ଥ ନିବାସ ତିଆରି ହୋଇଛି । ତବେ ନିମ୍ନ ମାନର ନିର୍ମାଣ କାମ ଯୋଗୁଁ ଉଦ୍ଦେଶ୍ୟ ସଫଳ ହେବା ନେଇ ଆଶଙ୍କା ଦେଖାଦେଇଛି ।

   Related Posts