Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଗର୍ଭବତୀଙ୍କୁ ଯୋଜନା ବଦ୍ଧ ହତ୍ୟା ଅଭିଯୋଗ, ଏସପିଙ୍କୁ ଭେଟିଲେ ମହିଳାଙ୍କ ବାପା

17/05/2021 at 7:09 PM

ଭଦ୍ରକ, ୧୭/୫: ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ମାଲପୁର ଗ୍ରାମର ସୁଧାରଞ୍ଜନ ମହାନ୍ତିଙ୍କ ଗର୍ଭବତୀ ଝିଅ ପ୍ରଜ୍ଞାସିନୀ ମହାନ୍ତିଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ସ୍ୱାମୀ ସମେତ ପରିବାର ଲୋକ ମିଶି ହତ୍ୟା କରିଥିବା ନେଇ ଭଦ୍ରକ ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି ।

ହତ୍ୟା ଭଳି ଏକ ଜଘନ୍ୟ ଅପରାଧରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ଥାନାରୁ ୪୧ ସିଆରପିସିରେ ବେଲରେ ଛାଡିଥିଲା । ପ୍ରଜ୍ଞାସିନୀଙ୍କ ଘର ଲୋକଙ୍କ ପକ୍ଷରୁ ଏହି ଘଟଣାରେ ସବିଶେଷ ତଦନ୍ତ କରିବା ସହିତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଫେରାଦ ହୋଇଥିବା ଜଣାଯାଇଛି ।

ସୂଚନା ଯୋଗ୍ୟ ଯେ, ୨୦୧୮ ମସିହା ଡିସେମ୍ବର ମାସରେ ପ୍ରଜ୍ଞାସିନୀ ମହାନ୍ତିଙ୍କ ସହିତ କେନ୍ଦୁଝର ଜିଲ୍ଲା ନନ୍ଦୀପଦା ଥାନା ଅଧିନସ୍ଥ ଅଁରା ଗ୍ରାମର ଖଗେଶ୍ୱର ଜେନାଙ୍କ ସହ ବୈଦିକ ରୀତିରେ ବିବାହ ହୋଇଥିଲା । ପ୍ରଜ୍ଞାସିନୀ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପାଳିଆବିନ୍ଧା ଶାଖାରେ ଚାକିରି କରୁଥିଲେ, ତାର ଦରମା ପଇସା, ଏଟିଏମ୍ ଓ ବୀମା କାଗଜ ପତ୍ର ସବୁ ସ୍ୱାମୀ ପାଖରେ ରହୁଥିଲା ବୋଲି ଅଭିଯୋଗ ଆଣିଛନ୍ତି ତାଙ୍କ ବାପା । କିଛିଦିନ ଧରି ଝିଅ ଓ ଜ୍ୱାଇଁ ଭଦ୍ରକର ଗବସାହି ମୋଟେଲଛକରେ ଏକ ଭଡାଘରେ ରହୁଥିଲେ । ଯୌତୁକ ଲୋଭରେ ପ୍ରଜ୍ଞାସିନୀଙ୍କୁ ଗତ ୧୦ ତାରିଖରେ ଯୋଜନାବଦ୍ଧ ଭାବେ ହତ୍ୟାକରି ନାଟକୀୟ ଢଙ୍ଗରେ ବାଥ୍ ରୁମରୁ ପଡି ଗୁରୁତର ହୋଇଥିବା ୬ ଘଂଟା ପରେ ବାପଘର ଲୋକଙ୍କୁ ଜଣାଇଥିଲେ ବୋଲି ଅଭିଯୋଗ ହୋଇଛି । ତଦନ୍ତ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ସଠିକ୍ ତଦନ୍ତ ନକରି ମୁଖ୍ୟ ଅଭିଯୁକ୍ତକୁ ଥାନାରୁ ଛାଡ଼ିଦେବା ଯୋଗୁଁ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରଜ୍ଞାସିନୀଙ୍କ ବାପା l

   Related Posts