Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ବିଲ ମଝିରେ ପଡିଛି ମୃତଦେହ, ୨୦୦ ମିଟର ଦୂରରେ ମିଳିଲା କଟାମୁଣ୍ଡ

17/07/2021 at 7:22 AM

ଭଦ୍ରକ, ୧୭|୦୭ : ବିଲ ମଝି ବୁଦା ନିକଟରେ ପଡିଛି ଗଳିତ ମୃତଦେହ । ମୃତଦେହର ଗଣ୍ଡି ନିକଟରୁ ପ୍ରାୟ ୨୦୦ମିଟର ଦୂରରେ ମୁଣ୍ଡ ମିଳିଛି। ଭଦ୍ରକ ଜିଲ୍ଲା ଧୂସୁରି ଥାନା ଉଚପଦା ଓ କାକୁଡିଗଡ଼ିଆ ରାସ୍ତା ପାଖରେ ଥିବା ବିଲ ମଝିରୁ ଏହି ଗଳିତ ମୃତଦେହ ଠାବ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳିଯାଇଛି ।

ସୂଚନା ଅନୁସାରେ, ମୃତ ଦେହ କାହାର ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ମୃତଦେହଟି କିଛିଦିନ ପୂର୍ବରୁ ଉଚ୍ଚପଦା ଗାଁର ନିଖୋଜ ଯୁବକ ବିଜୟ ସେନଙ୍କର ବୋଲି ସନ୍ଦେହ କରାଯାଉଛି । ବିଜୟ ଗତ ୬ତାରିଖରୁ ନିଖୋଜ ଅଛନ୍ତି । ଏ ନେଇ ଧୂସୁରି ଥାନା ରେ ଲିଖିତ ଏତଲା ଦିଆଯାଇଛି । ବିଜୟଙ୍କ ନିଖୋଜ ଏତଲା ପରେ ଧୂସୁରି ପୋଲିସ ମୋବାଇଲ ଟ୍ରାକିଂରୁ ଶେଷ ଥର ନିକଟବର୍ତ୍ତୀ ଅଞ୍ଚଳରେ ମୋବାଇଲ ଅଫ ହୋଇଥିବା ଜଣାପଡିଥିଲା । ମୃତଦେହଟି ଚିହ୍ନିବା ସମ୍ଭବ ହେଉନଥିବାରୁ ନିକଟରେ ଥିବା ମୋବାଇଲ ଓ ପିନ୍ଧା ଲୁଗାରୁ ଏହା ବିଜୟଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଛି ।

ତେବେ ହତ୍ୟା ପରେ ଏଠାରେ ମୃତଦେହ ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ଧୂସୁରି ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଶନିବାର ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡିଛି ।

   Related Posts