Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଶଙ୍ଖ ଛାଡି ପଦ୍ମ ଧରିଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ

30/03/2019 at 4:30 PM

ଭୁବନେଶ୍ବର ୩୦|୩ : ପଦ୍ମ ଧରିଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ ।ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିର ଯୋଗ ଦେଇଛନ୍ତି ଅର୍ଜୁନ । କେନ୍ଦ୍ର୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ଯୋଗଦେଲେ । ଭଦ୍ରକ ଲୋକସଭା ଆସନରୁ ସେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଜି ବିଜେଡି ଦଳରୁ ଇସ୍ତଫା ଦେଇଥିଲେ ଅର୍ଜୁନ । ଭଦ୍ରକ ଲୋକସଭା ଆସନରୁ ସେ ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିଲେ । ତେବେ ଭଦ୍ରକ ଲୋକସଭା ଆସନରୁ ବିଜେଡି ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଛି । ଫଳରେ ଅର୍ଜୁନ ସେଠୀ ଅସନ୍ତୁଷ୍ଟ ଥିଲେ ।

ସୂଚନାଯୋଗ୍ୟ ଯେ, ଅର୍ଜୁନ ସେଠୀ ୮ ଥର ସାଂସଦ ଏବଂ ୨ ଥର ବିଧାୟକ ରହିଥିଲେ । ବାର୍ଦ୍ଧକ୍ୟଜନିତ କାରଣରୁ ଚଳିତ ଥର ସେ ନିର୍ବାଚନକୁ ନଓହ୍ଲାଇବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ସେ କହିଥିଲେ ଚଳିତ ଥର ମଧ୍ୟ ସେ ନିର୍ବାଚନ ଲଢିବେ । ଚଳିତ ଥର ଭଦ୍ରକ ଲୋକସଭାରୁ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବିଜେଡି ଟିକେଟ୍ ପାଇବେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଦଳ ସୁପ୍ରିମୋ ମୁକ୍ତିକାନ୍ତଙ୍କ ପତ୍ନୀଙ୍କୁ ଟିକେଟ୍ ଦେଇଛନ୍ତି । ଯାହାକୁ ନେଇ ଅସନ୍ତୁଷ୍ଟ ଥିବା ଅର୍ଜୁନ ଆଜି ଦଳ ଛାଡିଛନ୍ତି ।

   Related Posts