ପୂର୍ବତନ ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ପରଲୋକ

Published By : Prameya-News7 Bureau | June 08, 2020 IST

ଭଦ୍ରକ, ୦୮|୦୬:  ଭଦ୍ରକର ପୂର୍ବତନ ସାଂସଦ ଅର୍ଜୁନ ତରଣ ସେଠୀଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ୭୯ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ।

 ଅର୍ଜୁନ ଚରଣ ସେଠୀ ୧୯୪୧ ମସିହା ସେପ୍ଟେମ୍ବର ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୧ରେ ଭଦ୍ରକ ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ । ଏହାପରେ ସେ ୧୯୮୦ରେ ମଧ୍ୟ କଂଗ୍ରେସ ଟିକେଚରୁ ଏମପି ହୋଇଥିଲେ । ପରେ ୧୯୯୧ରେ ଜନତା ଦଳରୁ ସାସଂଦ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ଏହାପରେ ସେ ଲଗାତାର ଭାବେ ୧୯୯୮, ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ମଧ୍ୟ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ସାଂସଦ ହୋଇଥିଲେ । ସେ ୨୦୦୦ରୁ ୨୦୦୪ ମଧ୍ୟରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀ ମଣ୍ଡଳରେ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ତେବେ ୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.