Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଭଦ୍ରକ ଜଲ୍ଲାରେ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ବିଧାୟକଙ୍କ ଦାବି

25/06/2021 at 3:52 PM

ଭଦ୍ରକ ୨୫।୬: ଭଦ୍ରକ ଜିଲ୍ଲାରେ ଏକ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ସରକାରଙ୍କ ନିକଟରେ ଦାବି କଲେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ।  

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ 5T ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭଦ୍ରକ ଜିଲ୍ଲାପାଳ, ବିଧାୟକ, ବହୁ ବୁଦ୍ଧିଜୀବୀ, ଜିଲ୍ଲାର ଖ୍ୟାତି ସମ୍ପନ୍ନ କ୍ରୀଡାବିତମାନେ ଉପସ୍ଥିତ ଥିଲେ । ତେବେ ଜିଲ୍ଲାରେ କ୍ରୀଡା କ୍ଷେତ୍ରରେ ଥିବା ବିଭିନ୍ନ ଭିତ୍ତିଭୂମି ଓ ଏହାର ବିକାଶ ଦିଗରେ ମୁଖ୍ୟତଃ ଆଲୋଚନା କରିଥିଲେ 5T ସଚିବ ଭି.କେ. ପାଣ୍ଡିଆନ୍।

ଜିଲ୍ଲାରୁ ଅନେକ ଖେଳାଳି ଉତ୍କୃଷ୍ଟ ଧରଣର ଭିତ୍ତିଭୂମିର ଅଭାବ ଯୋଗୁଁ, ସେମାନଙ୍କ ପ୍ରତିଭାର ବିକାଶ ହୋଇପାରୁନାହିଁ ମତପ୍ରକାଶ ପାଇଥିଲା । ତେଣୁ ଜିଲ୍ଲାରେ ଏକ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ। ଯାହାକି ଏନେଇ ତ୍ବରିତ ପଦକ୍ଷେପ ସରକାର ଗ୍ରହଣ କରିବା ନେଇ ପ୍ରୟାସ ଆରମ୍ଭ କରାଯିବ ବୋଲି 5T ସଚିବ ଆଶ୍ବାସନା ଦେଇଥିବା କହିଛନ୍ତି ବୋଲି ଭଦ୍ରକ ବିଧାୟକ ସୂଚନା ଦେଇଛନ୍ତି।

   Related Posts