Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ସିକ୍ୟୁରିଟି ସଂସ୍ଥା ଚୟନ ବେଳେ ଅନିୟମିତତା ଅଭିଯୋଗ, ସରକାରୀ ନିୟମକୁ କରାଯାଇଛି ଅଣଦେଖା

9/07/2021 at 12:26 PM

ଭଦ୍ରକ, ୦୯/୦୭:   ସିକ୍ୟୁରିଟି ସଂସ୍ଥା ଚୟନ ସମୟରେ ସମସ୍ତ ସରକାରୀ ଆଇନ୍ ଓ ନିୟମକୁ ଅଣଦେଖା ଅଭିଯୋଗ । ଆବଶ୍ୟକ କାଗଜପତ୍ର ନଥାଇ ଓ ସଂପୃକ୍ତ ସଂସ୍ଥା ବିରୋଧରେ ନିର୍ଦ୍ଦିଷ୍ଟ ଓ ପ୍ରମାଣ ଭିତ୍ତିକ ଅଭିଯୋଗ ଥାଇ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଉକ୍ତ ସଂସ୍ଥା ପ୍ରତି ଅନୁକମ୍ପା ପ୍ରଦର୍ଶନ କରି ଚାଲିଥିବା ଅଭିଯୋଗ ହୋଇଛି  ।  ଯାହାକୁ ନେଇ ଯୋଗ୍ୟ ସଂସ୍ଥା ଉକ୍ତ କାର୍ଯ୍ୟରୁ ବଂଚିତ ହେଉଥିବା ବେଳେ ସଂପୃକ୍ତ ଜାଲ ସଂସ୍ଥାରେ ନିୟୋଜିତ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ବିପନ୍ନ ହେଉଥିବାର ଅଭିଯୋଗ ଆସିଛି ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଚିକିତ୍ସାଳୟର ସୁରକ୍ଷା ଦାୟିତ୍ୱ ଏକ ଘରୋଇ ସଂସ୍ଥା ହାତରେ ରହିଛି । ଗତ ପାଞ୍ଚ ବର୍ଷ ହେଲା ଅର୍ଥାତ୍ ୨୦୧୬ ମସିହାରୁ ଏହି ସଂସ୍ଥା କାର୍ଯ୍ୟକାରୀ ଆସୁଥିବା ବେଳେ ମୋଟ ୧୪ଜଣ ଯୁବକ ଯୁବତୀଙ୍କୁ  ସିକ୍ୟୁରିଟି କର୍ମୀ ଭାବେ ନିଯୁକ୍ତି ମିଳିଛି । ସରକାରଙ୍କ ନିୟମାନୁଯାୟୀ ଏହି ଦାୟିତ୍ୱ ପାଇଁ ଆବେଦନ କରିବାକୁ ଗୋଟିଏ ସଂସ୍ଥା ପଞ୍ଜିକୃତ ହୋଇଥିବା ଦରକାର । ଲେବର ଲାଇସେନ୍ସ ଅପ୍‌ଡ଼େଟ୍ ସହ ଇପିଏଫ୍‌, ଇଏସ୍ ଆଇ ପଞ୍ଜି କରଣ, ଆଇଟି ରିଟର୍ଣ୍ଣ, ଅଡ଼ିଟ୍‌, ଗୃହବିଭାଗର ଲାଇସେନ୍ସ ରହିବା ବାଧ୍ୟତାମୂଳକ । ଏ ସମସ୍ତ ଆବଶ୍ୟକତା ପୂରଣ କଲେ ଗୋଟିଏ ସଂସ୍ଥା ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ପାରିବ ।

ତେବେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଟେଣ୍ଡର ପ୍ରକ୍ରିୟାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ୨୦୧୬ ମସିହାରୁ ପ୍ରତ୍ୟେକ ବର୍ଷ ଟେଣ୍ଡର ହୋଇ ଚାଲିଛି । କିନ୍ତୁ ଚୟନ  ପ୍ରକ୍ରିୟାରେ ଯୋଗ୍ୟ ସଂସ୍ଥାକୁ ବାଦ୍ ଦିଆଯାଉଥିବା ଅଭିଯୋଗ ହୋଇଛି । ନିରପେକ୍ଷ ତଦନ୍ତ ସହ ସମ୍ପୃକ୍ତ ସଂସ୍ଥା ବିରୋଧ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଏନେଇ ସଂସ୍ଥା କିମ୍ବା ମେଡିକାଲ କର୍ଡୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ ।

   Related Posts