ଭଦ୍ରକକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍, ସଂକ୍ରମିତ ଚିହ୍ନଟ ପରେ ମହାଦେବ ସାହିରେ ଲାଗିଲା କଟକଣା
8/04/2021 at 6:15 PM

ଭଦ୍ରକ ୮।୪: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଧିରେ ଧିରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭଦ୍ରକ ଜିଲ୍ଲାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଫଳରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ସଜାଗ ରହିଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବଣିଆ ପଞ୍ଚାୟତର ମହାଦେବ ସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ଅଞ୍ଚଳରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି । ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବଣିଆ ପଞ୍ଚାୟତର ୱାର୍ଡ ନମ୍ବର ୬ ମହାଦେବ ସାହିକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । ଏହି ଅଞ୍ଚଳରେ ରହୁଥିବା ଲୋକ ନିୟମ ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍ କଟକଣା । ବଣିଆ ପଞ୍ଚାୟତର ମହାଦେବ ସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଭଦ୍ରକ ଜିଲ୍ଲା ପ୍ରଶାସନ । କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ଆସିବା ପରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭଦ୍ରକ ଜିଲ୍ଲାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ନୂଆ ସଂକ୍ରମିତ ଚିହ୍ନଟ ପରେ ଭଦ୍ରକ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ କଟକଣାକୁ ଲାଗୁ କରିଛି ।

ଭଦ୍ରକ ସହରର କଣ୍ଟେନମେଣ୍ଟ ଜୋନ୍ ହେଲା ବଣିଆ ପଞ୍ଚାୟତ ର ମହାଦେବ ସାହି । କରୋନା ସଂକ୍ରମିତ ଚିହ୍ନଟ ପରେ ପ୍ରଶାସନର କଣ୍ଟେନମେଣ୍ଟ ଜୋନ୍ ଘୋଷଣା । ବଣିଆ ପଞ୍ଚାୟତର ୱାର୍ଡ ନମ୍ବର ୬ ମହାଦେବ ସାହି ହେଲା କଣ୍ଟେନମେଣ୍ଟ ଜୋନ୍ । ବଣିଆ ପଞ୍ଚାୟତର ମହାଦେବ ସାହିରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । ବଣିଆ ପଞ୍ଚାୟତର ୱାର୍ଡ ନମ୍ବର ୬ ମହାଦେବ ସାହିରେ ଏବେ କଣ୍ଟେନମେଣ୍ଟ ଜୋନ୍ ହିସାବରେ ସମସ୍ତ କଟକଣା ବଳବତ୍ତର ରହିବ । ତେବେ ଭଦ୍ରକବାସୀଙ୍କୁ କୋଭିଡ୍ ନିୟମ ମାନିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

