Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ଭଦ୍ରକ ତିହିଡିରେ ବିଷାକ୍ତ ମଦର ବିଭୀଷିକା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି, ଅସୁସ୍ଥ ସଂଖ୍ୟା ପହଞ୍ଚିଲା ୭୫ରେ

30/04/2019 at 8:30 PM

ଭୁବନେଶ୍ବର୩୦|୪: ପୁଣି ମଦ ମାରିଲା ମଣିଷ । ଉଜାଡିଲା ସଂସାର । ଭଦ୍ରକ ତିହିଡିରେ ବଢିଚାଲିଛି ମଦ ମୃତ୍ୟୁ ସଂଖ୍ୟା । ସଂଧ୍ୟା ୭ ଟା ସୁଦ୍ଧା ଲିକର ଟ୍ରାଜେଡିରେ ୮ ଜଣଙ୍କ ଜୀବନ ଗଲାଣି । ମୃତକ ଦୌଲତପୁରର ରାମଚନ୍ଦ୍ର ପଢିଆରୀ, ସାଧୁଚରଣ ନାୟକ, ସର୍ବେଶ୍ବର ଦାସ, ଶଙ୍କର୍ଷଣ ପରିଡା, ଯଶୀପୁାର ଗାଁର ମନୋଜ ମହାନ୍ତି, କୃଷ୍ଣ ଚନ୍ଦ୍ର ନାୟକ, ବାଇଧର ନାୟକ, ହରିହର ଜେନା ଓ ଦେବେନ୍ଦ୍ର ପଣ୍ଡାଙ୍କ ମତ୍ୟୁ ହୋଇଛି । ଆଜି ସଂଧ୍ୟରେ ମୃତ୍ୟୁ ହୋଇଥିବା  ହରିହରଙ୍କ ଘରଚାନ୍ଦବାଲିର କୁଆଁଶର ଓ ଦେବେନ୍ଦ୍ରଙ୍କ ଘର ପଣସପଡା । ସୋମବାର ରାତିରେ ୩ ଜଣଙ୍କ ଜୀବନ ଯାଇଥିଲା । ମଙ୍ଗଳବାର ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି । ଅସୁସ୍ଥଙ୍କ ସଂଖ୍ୟା ୭୬ କୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ତେବେ କିଏ ଏହାର କାର୍ପଟ୍ଟଦାର ?  କିଏ କାହିଁକି ଲୋକଙ୍କୁ ମଦ ବାଣ୍ଟିଥିଲା ?  ନିର୍ବାଚନ ବେଳେ ମଦ ଦୋକାନ ସିଲ୍ ଥିବା ବେଳେ ଏତେ ପରିମାଣର ମଦ ଆସିଲା କେଉଁଠୁ ?  କୁହାଯାଉଛି ଭୋଟ ପାଇଁ ବଣ୍ଟାଯାଇଥିଲା ମଦ । ସୋମବାର ରାତିରେ ଦୌଲତପୁର ଗାଁରେ ମଦ ପିଇ ତିନି ଜଣ ଅଚେତ ହୋଇପଡ଼ିବାରୁ ସେମାନଙ୍କୁ ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।  ପରେ ଅସୁସ୍ଥଙ୍କ ସଂଧ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଥିଲା ।

ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଶହ ଶହ ସଂଖ୍ୟାରେ ଲୋକ ତିହିଡି-ଚାନ୍ଦବାଲି ରାସ୍ତା ଅବରୋଧ କରିଥିଲେ । ଜିଲ୍ଳାପାଳ ହସ୍ପିଟାଲରେ ଅସୁସ୍ଥଙ୍କୁ ଭେଟିବା ସହ ଅବକାରୀ କମିଶନରଙ୍କୁ ତଦନ୍ତ ନିର୍ଦେଶ ଦେଇଛନ୍ତି । ଅବକାରୀ ଡେପୁଟି କମିଶନର ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଅବକାରୀ ସଚିବ ମଧ୍ୟ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି । ରାଜସ୍ବ, ସ୍ବାସ୍ଥ୍ୟ ଓ ପୋଲିସ- ୩ ବିଭାଗ ମିଳିତ ଭାବେ ଘଟଣାର ତଦନ୍ତ କରିବେ। ନିର୍ବାଚନ ଦିନ ମଦମୃତ୍ୟୁ ଘଟଣା ଘଟିଥିବାରୁ ଏହାକୁ ଗୁରୁତ୍ବର ସହ ନିଆଯାଇଥିବା ଅକବାରୀ ସଚିବ କହିଛନ୍ତି ।

ପୂର୍ବରୁ ରାଜ୍ୟରେ ଅନେକ ଥର ବିଷାକ୍ତ ମଦ ମଣିଷ ମାରିଛି । ଅନେକ ସଂସାର ଉଜାଡିଛି। ତଦନ୍ତ ପାଇଁ କମିଶନ ବସିଛି । ହେଲେ କାହା ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହୋଇଛି ତାହା କାହାରିକୁ ଜଣାନାହିଁ । ଏଥର ଭୋଟ ମଦ ସଂସାର ଉଜାଡ଼ିବା ଅଭିଯୋଗ ନିହାତି ସାଂଘାତିକ।

   Related Posts