ଭଦ୍ରକ ଜେଲର ରଙ୍ଗିଲା ଜେଲର ଚିନ୍ମୟ ପାତ୍ରଙ୍କ ବଦଳି ।

Published By : Prameya-News7 Bureau | September 06, 2018 IST

ଭଦ୍ରକ;୦୬/୦୯- ଭଦ୍ରକ ଜେଲର ରଙ୍ଗିଲା ଜେଲର ଚିନ୍ମୟ ପାତ୍ରଙ୍କ ବଦଳି । ପ୍ରେମ, ପ୍ରତାରଣ ଓ ବଳାତ୍କାର ଅଭିଯୋଗରେ ଫଶିବା ପରେ ତାଙ୍କର ବଦଳି କଳାହାଣ୍ଡିର ମଦନପୁର ରାମପୁର ସବ୍ ଜେଲକୁ ହୋଇଛି । ତାଙ୍କ ସ୍ଥାନରେ ଭଦ୍ରକର ସବଜେଲର ପ୍ରକାଶ ଚନ୍ଦ୍ର ରଣା ଭଦ୍ରକ ଜେଲ ର ଜେଲର ଦାୟିତ୍ବରେ ରହିବେ । ଚିନ୍ମୟଙ୍କ ବିରୋଧରେ ମହିଳା କମିଶନଙ୍କ ପାଖରେ ଫେରାଦ ହୋଇଥିଲେ ଜଣେ ମହିଳା । ଚିନ୍ମୟ ମହିଳାଙ୍କୁ ପ୍ରତାରଣ କରିବା ସହ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା । ପ୍ରତିବାଦ କରିବାରୁ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳିଥିଲା । ପୂର୍ବରୁ ମଧ୍ୟ ୨ଜଣ ଯୁବତୀଙ୍କ ସହ ଫେସବୁକ୍ ଓ ହ୍ବାଟସ୍ ଆପ୍ ରେ ସଂପର୍କ ସ୍ଥାପନକରି ସେମାନଙ୍କୁ ପ୍ରତାରଣ କରିଥିବା ନେଇ ଜେଲର ଚିନ୍ମୟଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଥିଲା । ଭଦ୍ରକ ଥାନାରେ ଏନେଇ ଅଭିଯୋଗ ହୋଇଥିଲା । ଏତେ ସବୁ ଅଭିଯୋଗ ଆସିବା ପରେ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କୁ ବଦଳି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.