ଭଦ୍ରକ: କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା ଅଭିଯୋଗ

Published By : Prameya-News7 Bureau | July 09, 2020 IST

ଭଦ୍ରକ୯/୭: ପୂର୍ବ ନିଯୁକ୍ତିକୁ ରଦ୍ଦ କରି ଆବେଦନକାରୀଙ୍କୁ ପୁନଃନିଯୁକ୍ତି ଦେବା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶକୁ ପ୍ରଶାସନ ପାଳନ କରୁନଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଇପୁର ପଞ୍ଚାୟତର ଠାକୁରପାଟଣା ମିନି ଅଙ୍ଗନଓ୍ବାଡି ସେଣ୍ଟର ପାଇଁ ଅଙ୍ଗନବାଡି କର୍ମୀ ପଦବୀ ପାଇଁ ଆବେଦନ ଗ୍ରହଣ କରଯାଇଥିଲା। ପରେ ୪ ଜଣ ଆବେଦନକାରିଣୀ ଆବେଦନ କରିଥିଲେ । କିନ୍ତୁ ଆବେଦନ ବେଳେ କାଗଜପତ୍ରରେ ଜାଲିଆତି ଅଭିଯୋଗ ଆଣିଥିଲେ ଜନୈକ ଆବେଦନକାରିଣୀ ।

ଏନେଇ ବିଭିନ୍ନ ସ୍ତରରେ ଅଭିଯୋଗ ପରେ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ପୂର୍ବ ନିଯୁକ୍ତି ରଦ୍ଦ ପାଇଁ ଆବେଦନ କରିଥିଲେ। ଆବେଦନରେ ଦର୍ଶାଇଥିଲେ ଯେ ପୂର୍ବରୁ ନିଯୁକ୍ତି ପାଇଥିବା କର୍ମୀ ଆବେଦନର ବହୁଦିନ ପରେ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇଥିଲେ। ଏନେଇ ମାନ୍ୟବର ହାଇକୋର୍ଟ ପୂର୍ବ ନିଯୁକ୍ତିକୁ ରଦ୍ଦ କରିବା ସହ ୪ ମାସ ମଧ୍ୟରେ ଆବେଦନକାରିଣୀଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପ୍ରଶାସନ ନିଯୁକ୍ତି ଦେଇନଥିଲା । ପରେ ଅଭିଯୋଗକାରିଣୀ ଜିଲ୍ଲା ପ୍ରଶାସନ କୋର୍ଟ ନିର୍ଦ୍ଦେଶକୁ ଅବମାନନା କରୁଥିବା ଅଭିଯୋଗ କରିଛନ୍ତି ।

ତେବେ ଭଦ୍ରକ ଉପଜିଲ୍ଲାପାଳ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । କିନ୍ତୁ ସୂଚନା ଦେଇଛନ୍ତି ଯେ କୋର୍ଟ ଙ୍କ ନିର୍ଦ୍ଦେଶ ଆସିବା ପରେ ପୁଣି କୋର୍ଟ ରେ ପୂର୍ବ ରୁ ନିଯୁକ୍ତି ପାଇଥିବା କର୍ମୀ ଅପିଲ କରିଛନ୍ତି । ଆଗାମୀଦିନ ରେ କୋର୍ଟ ଙ୍କ ନିର୍ଦ୍ଦେଶ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.