ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଠିକା କର୍ମଚାରୀଙ୍କ ଛଟେଇ ସମ୍ଭାବନାକୁ ନେଇ ତୀବ୍ର ପ୍ରତିକ୍ରିୟା

Published By : Prameya-News7 Bureau | November 23, 2019 IST

ଭଦ୍ରକ ୨୩।୧୧ -   ଡାକ୍ତରଖାନାରେ ଚୁକ୍ତିଭିତ୍ତିକ କର୍ମଚାରୀ ଙ୍କୁ ଛଟେଇ କରିବା ପାଇଁ ଯୋଜନା ଚାଲିଛି । ଯଦି ଚୁକ୍ତିଭିତ୍ତିକ କର୍ମଚାରୀ ଛଟେଇ ହୁଅନ୍ତି ତେବେ ସ୍ବାସ୍ଥ୍ୟ ସେବା ଗୁରୁତର ଭାବେ ପ୍ରଭାବିତ ହେବ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ଏହି ଆଶଙ୍କା । ଡାକ୍ତରଖାନାରେ ୨୬ରୁ ଅଧିକ ଛୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଆର୍ଥିକ କାରଣରୁ ଛଟେଇ କରାଯିବା ନେଇ ସୂଚନା ପରେ ଏପରି ଆଶଙ୍କା ଓ ପ୍ରତିକ୍ରିୟା ଦେଖାଦେଇଛି।

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଠିକା କର୍ମଚାରୀଙ୍କ ଛଟେଇ ସମ୍ଭାବନାକୁ ନେଇ ତୀବ୍ର ପ୍ରତିକ୍ରିୟା ।ଠିକା କର୍ମଚାରୀ ଯେତିକି ପ୍ରତିକ୍ରିୟାଶୀଳ, ତାଠୁ ବେଶି ଆଶଙ୍କା ସ୍ବାସ୍ଥ୍ୟ ସେବା ଉପରେ ସମ୍ଭାବ୍ୟ ପ୍ରଭାବକୁ ନେଇ  । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ରୋଗୀ ସଂଖ୍ୟା ଦୃଷ୍ଟିରୁ କାର୍ଯ୍ୟଭାର ଅଧିକ । ଡାକ୍ତରଖାନାର ଆଉଟଡୋର ଏବଂ ଇନଡୋର ଚିକିତ୍ସା ସେବା ସହ ବିଭିନ୍ନ ବିଭାଗରେ  ଅଛନ୍ତି  ୨୬ ରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ । ଯୋଗ୍ୟତା ଅନୁଯାୟୀ ସେମାନଙ୍କୁ ନିଯୋଜିତ କରାଯାଇଛି । ତେବେ , ଛଟେଇ ସୂଚନା ମିଳିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଭେଟିଛନ୍ତି ଚୁକ୍ତିଭିତ୍ତିକ କର୍ମଚାରୀ । ଆନ୍ଦୋଳନ ଚେତାବନୀ ଦେବା ସହ  ପାଞ୍ଚ ଦିନ ସମୟ ମଧ୍ୟ ନେଇଛନ୍ତି ।

{"id":188859,"sizeSlug":"large"}

 ଅର୍ଥ ଅଭାବ କାରଣରୁ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ  ଛଟେଇ କରାଯିବା ଆଶଙ୍କା କରାଯାଉଛି । କାରଣ ରୋଗୀକଲ୍ୟାଣ ସମିତିରୁ  ଏହି  କର୍ମଚାରୀଙ୍କୁ ପ୍ରାପ୍ୟ  ମିଳିଥାଏ । କିନ୍ତୁ ସମିତିର ଆୟ ହ୍ରାସ ପାଇଥିବାରୁ, ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ପ୍ରାପ୍ୟ ଦେବା ସମସ୍ୟା ହୋଇଛି  । ସେଥିଲାଗି ଛଟେଇ ନିଷ୍ପତି ନିଆଯାଉଥିବା ସୂଚନା ମିଳିଛି । ତେବେ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ ବହୁ ପୂର୍ବ ରୁ ନୋଟିସ ମିଳିଥିଲେ ବି  ଏବେ ପର୍ଯ୍ୟନ୍ତ କୌଣସି ନିଷ୍ପତି ନିଆଯାଇ ନାହିଁ। ଚୁକ୍ତିଭିତ୍ତିକ କର୍ମଚାରୀ ଙ୍କ ସହ ଆଲୋଚନା ହେବା ପରେ ପଦକ୍ଷେପ ନିଆଯିବ ।

{"id":188861,"sizeSlug":"large"}

ସରକାରୀ ଡାକ୍ତରଖାନା ରେ ମାଗଣା ଚିକିତ୍ସା ଓ ସ୍ବାସ୍ଥ୍ୟସେବାର ଆଦର ବଢୁଛି । କିନ୍ତୁ ସେଥିରେ କର୍ମଚାରୀଙ୍କ ଭୂମିକା ଓ ଆବଶ୍ୟକତା ଅଧିକ । ତେଣୁ ଭଦ୍ରକ ଡାକ୍ତରଖାନାରୁ ଛୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଛଟେଇ ପରେ ସ୍ବାସ୍ଥ୍ୟସେବା ପ୍ରଭାବିତ ହେବା ଆଶଙ୍କା ସ୍ବାଭାବିକ । କାରଣ, ଲୋକେ ହିଁ ବେଶି ହନ୍ତସନ୍ତ ହେବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.