ଭଦ୍ରକରେ ନାବାଳିକା ମେଲୋଡି ଗାୟିକାଙ୍କୁ ଗଣ ଦୁଷ୍କର୍ମ, ୨ ଗିରଫ

Published By : Prameya-News7 Bureau | January 24, 2019 IST

ଭଦ୍ରକ୨୪|୧: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବନ୍ଧଗାଁରେ ଜଣେ ନାବାଳିକା ମେଲୋଡି ଗାୟିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣାରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଗତ ୨୨ ତାରିଖ ଦିନ ଜଣେ ଟେଣ୍ଟ ବ୍ୟବସାୟୀଙ୍କ ପୁଅର ଜନ୍ମଦିନ ଉତ୍ସବ ପାଇଁ ପିଡୀତା ନାବାଳିକା ଗୟିକାଙ୍କୁ ଗୀତ ଗାଇବା ପାଇଁ ଡକାଯାଇଥିଲା । ଜନ୍ମଦିନ ଉତ୍ସବ ସରିବା ପରେ ଦୁଇଜଣ ଯୁବକ ନାବାଳିକାଙ୍କୁ ଗୋଟିଏ ରୁମ ମଧ୍ୟରେ ମଦ ପିଆଇବା ସହ ଦୁଷ୍କର୍ମ କରିଥିଲେ । କେବଳ ସେତିକି ନୁହେଁ ପୁଣି ଘର ବାହାରକୁ ନେଇ ଏକ ନିଛାଟିଆ ଯାଗାରେ ମଧ୍ୟ ନାବାଳିକଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ବନ୍ଧ ଗାଁର ଉମାକାନ୍ତ ବେହେରା ଏବଂ ସୁଶାନ୍ତ ପୁହାଣ ନାମକ ଦୁଇଜଣ ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.