ଘରେ କେହି ନଥିବା ବେଳେ ପୋଡି ହୋଇଗଲେ ଛାତ୍ରୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
31/12/2020 at 3:17 PM

ନୂଆଦିଲ୍ଲୀ, ୩୧|୧୨: ନିଆଁରେ ପୋଡି ହୋଇ ଛାତ୍ରୀ ଗୁରୁତର । ତେବେ ପୋଡ଼ିହେବାର କାରଣ ଅସ୍ପଷ୍ଟ ରହିଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଅଞ୍ଚଳର ଘଟିଛି ଏହି ଅଘଟଣ ଅଘଟଣ ।
ସୂଚନାନୁସାରେ, ନାବାଳିକା ଛାତ୍ରୀ ଜଣକ ଘରେ କେହି ନଥିବା ବେଳେ ପୋଡି ହୋଇଥିବା ସୂଚନା ମିଳିଛି । ଏଥିରେ ସେ ଗୁରୁତର ହୋଇ ପଡିଛନ୍ତି । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ମଞ୍ଜୁରୀରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛାତ୍ରୀଜଣଙ୍କ କିପରି ପୋଡି ହୋଇଗଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।