ଭଦ୍ରକ ସହିଦ ସ୍ମୃତି ଭବନରେ 'ଗାନ୍ଧୀ କଥା' ଆୟୋଜିତ

Published By : Prameya-News7 Bureau | December 07, 2021 IST

ଭଦ୍ରକ, ୦୭/୧୨: ଭଦ୍ରକ ଜିଲ୍ଲା ସହିଦ ସ୍ମୃତି ଭବନ ଠାରେ ଆୟୋଜିତ ହୋଇଛି ଗାନ୍ଧୀ କଥା । ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଭଦ୍ରକ ଆଗମନର ଶତବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଏହି କାର୍ଯ୍ୟକ୍ରମର ନାମକରଣ ହୋଇଛି ଗାନ୍ଧୀ କଥା - ଗାନ୍ଧୀଙ୍କ ସହ ବନ୍ଧୁତା ଓ ଗାନ୍ଧୀଙ୍କ ସହ ଦୋସ୍ତି । ଏହି ପରିପ୍ରେକ୍ଷୀରେ ଗାନ୍ଧିବାଦୀ ପ୍ରବକ୍ତା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧକ୍ଷ କୁମାର ପ୍ରଶାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ଭଦ୍ରକ ଆଗମନ ଓ ରହଣି ନେଇ ସବିଶେଷ ବକ୍ତବ୍ୟ ଦେଇଥିଲେ । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଭଦ୍ରକ ଶାଖା ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.