Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ଭଦ୍ରକ ଜିଲ୍ଲାର ୭ ବ୍ଲକ ଓ ୪ ସହର ବନ୍ୟା ପ୍ରଭାବିତ, ୩ ଜଣଙ୍କ ଜୀବନ ହାନି : ଆସିଲା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ

31/08/2020 at 3:08 PM

ଭଦ୍ରକ, ୩୧|୦୮:  ଭଦ୍ରକ ଜିଲ୍ଲାରେ ଦେଖାଦେଇଥିବା ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ଆକଳନ କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ । ସମସ୍ତ ଅଞ୍ଚଳରୁ ବନ୍ୟା ଜଳ ନିଷ୍କାସିତ ହୋଇନଥିବାରୁ ସମ୍ପୂର୍ଣ କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ ।

ଜିଲ୍ଲାପାଳ ଜ୍ଞାନ ଦାସଙ୍କ ସୂଚନା ଅନୁଯାୟୀ,  ଜିଲ୍ଲାର ୭ ଟି ବ୍ଲକ ଓ ୪ଟି ସହରାଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଅନେକ ଅଞ୍ଚଳରୁ ଏବେ ପର୍ଯ୍ୟନ୍ତ ବନ୍ୟା ଜଳ ନିଷ୍କାସିତ ହୋଇ ନଥିବାରୁ ଅନେକ ଗ୍ରାମ ଜଳବନ୍ଦୀ ହୋଇ ରହିଛି । ଜିଲ୍ଲାର ୧୨୫ ଗ୍ରାମ ପଞ୍ଚାୟତର ପ୍ରାୟ ୬୦୦ରୁ ଅଧିକ ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ପ୍ରାୟ ୬ ଲକ୍ଷ ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଜଳବନ୍ଦୀ ଥିବା ୧୨୦ ଟି ଗାଁ ର ୧ ଲକ୍ଷ ୨୫ ହଜାର ଲୋକଙ୍କୁ  ରିଲିଫ ଯୋଗାଇ ଦିଆଯାଇଛି । ରିଲିଫ ଟଙ୍କାକୁ ହିତାଧିକାରୀଙ୍କ ନିକଟକୁ ଡିବିଟି ମାଧ୍ୟମରେ ପଠାଯାଉଛି । ଘର ଭଙ୍ଗା ଓ ରାସ୍ତାର କ୍ଷୟକ୍ଷତି ଆକଳନ ହେଉଛି ।

ସମସ୍ତ ଅଞ୍ଚଳରୁ ବନ୍ୟା ଜଳ ଛାଡିନଥିବାରୁ ପ୍ରାଥମିକ ଆକଳନ ଅନୁଯାୟୀ ୪୩ ହଜାର ହେକ୍ଟର ଜମିରେ ବନ୍ୟା ପାଣି ମାଡିଯାଇଥିଲା । ଏପର୍ଯ୍ୟନ୍ତ ୩୩ ପ୍ରତିଶତରୁ ଅଧିକ  କ୍ଷୟକ୍ଷତି ହୋଇଛି ବୋଲି ଆକଳନ କରାଯାଇଛି । ବନ୍ୟା ଜଳ ଛାଡିବା ପରେ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ ହେବ । ବନ୍ୟାରେ ୪ଟି ଗୋରୁ ମୃତ୍ୟୁବରଣ କରିଥିବା ବେଳେ ୩ଜଣ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି । ଉଦ୍ଧାର କାର୍ଯ୍ୟରେ ୨୩ଟି ବୋଟ୍ ନିୟୋଜିତ ହୋଇଥିଲା । ତିହିଡି ବ୍ଲକ ଓ ଚାନ୍ଦବାଲି ବ୍ଲକ ଅଞ୍ଚଳରେ କେତେକ ଗ୍ରାମରେ ଏବେ ମଧ୍ୟ ବନ୍ୟାପାଣି ଅଛି । ବନ୍ୟାଞ୍ଚଳରୁ ନଳକୂପ ଗୁଡିକୁ ସଫା କରାଯାଉଛି । ବିଡ଼ିଓ ମାନେ ଟ୍ୟାଙ୍କରରେ ପାଣି ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକରେ ସର୍ବାଧିକ କ୍ଷୟକ୍ଷତି ହୋଇଛି ।  ସେହି ଅଞ୍ଚଳରେ  ରାଜସ୍ୱ ନିରୀକ୍ଷକ ଓ ଅଫିସରମାନେ କ୍ଷୟକ୍ଷତି ଆକଳନ କରୁଛନ୍ତି । ପାଣି ଖସିବା ପରେ ତହସିଲଦାର ଓ ଅଫିସରଙ୍କ ମିଳିତ ଟିମ୍ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

   Related Posts