ସରକାରଙ୍କ ଆଗରେ ଡ୍ରାଇଭରଙ୍କ ୧୩ ଦଫା ଦାବି, ନ ମାନିଲେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଧମକ

Published By : Prameya-News7 Bureau | October 28, 2021 IST

ଭଦ୍ରକ ୨୮/୧୦:  ସରକାରଙ୍କୁ ୧୩ ଦଫା ଦାବି ମାନିବା ପାଇଁ ଅନୁରୋଧ କରିଛି ଡ୍ରାଇଭର ମହାସଂଘ । ଏହି ଦାବି ଉପସ୍ଥାପନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା କରୁଛନ୍ତି ଡ୍ରାଇଭର । ଯଦି ଦାବି ପୂରଣ ନହୁଏ ତେବେ ପଞ୍ଚାୟତ ନିର୍ବାଚନ ବେଳେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବେ ବୋଲି କହିଛି ଓଡିଶା ଡ୍ରାଇଭର ମହାସଂଘର ଭଦ୍ରକ ଜିଲ୍ଲା ଶାଖା ।

ସଂଘ ତରଫରୁ ବାଳଗୋପାଳ ମନ୍ଦିରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ସଂଘ କହିଛି ଯେ,  ୧୩ ଦଫା ଦାବି ନେଇ ସମ୍ବଲପୁରରୁ ନବୀନ ନିବାସ ଅଭିମୁଖେ ଆସୁଥିବା ଡ୍ରାଇଭରଙ୍କ ପଦଯାତ୍ରାରେ ଭଦ୍ରକ ଜିଲ୍ଲାର ଡ୍ରାଇଭରମାନେ ମଙ୍ଗୁଳି ଠାରେ ଯୋଗ ଦେବେ । ୧୩  ଦଫା ଦାବି ନେଇ ନବୀନ ନିବାସ ଯିବେ ଡ୍ରାଇଭର । ଯଦି ୧୩ ଦଫା ଦାବି ପୂରଣ ନହୁଏ ତେବେ ଆଗାମୀ ପଞ୍ଚାୟତ ନିର୍ବାଚନ ସମୟରେ ସେମାନେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବେ । ଏହା ସହ ନିର୍ବାଚନରେ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.