ବର୍ବର ବବୁଆ ବିଭତ୍ସ କାଣ୍ଡ

Published By : Prameya-News7 Bureau | July 31, 2018 IST

ଭଦ୍ରକ ୩୧/୭ : ଭଦ୍ରକ ଜିଲ୍ଲା ଧାମନଗର ଥାନାଦଇପୁର ଗ୍ରାମପଞ୍ଚାୟ ତତାଳସିଠାଗାଁରେ ଘଟିଥିବା ଡବଲ ମର୍ଡର ଓ ନାବାଳିକାକୁ ଦୁଷ୍କର୍ମ ଘଟଣା ପଛର କାରଣ ଧୀରେ ଧୀରେ ପଦାକୁ ଆସୁଛି । ପ୍ରଥମେ ବାପାକୁ ହତ୍ୟା, ତାପରେ ମାକୁ ଶିଳରେ ଛେଚି ହତ୍ୟା ଏବଂ ଶେଷରେ ନାବାଳିକା ଝିଅକୁ ଦୁଷ୍କର୍ମ ଘଟଣା ଏବେ ନୂଆ ମୋଡ ନେଇଛି। ଅଭିଯୁକ୍ତ ଗୋପୀନାଥ ଓରଫ ବାବୁଆକୁ ଗତକାଲି ଧାମନଗର ପୋଲିସ ଭୁବନେଶ୍ବରରୁ ଗିରଫ କରିଥିଲା । ଗିରଫ ପରେ ବର୍ବର ବାବୁଆ ଗଣ ମଧ୍ୟମକୁ କହିଛି ଯେ, ଛୋଟ ବେଳେ ନିଜ ମାଙ୍କୁ ନିର୍ଯାତନା ଦେଉଥିଲେ ମୃତ ରବିନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ଭକ୍ତିଲତାଙ୍କ । ସେଇ ନିର୍ଯ୍ୟାତନାର ପ୍ରତିଶୋଧ ନେବାକୁ ଯାଇ ସେ ଏଭଳି ଏକ ଜଘନ୍ୟ କାଣ୍ଡ ଘଟାଇଛି । ଅପରପକ୍ଷରେ ଏହି ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ଧନ ସମ୍ପତ୍ତି ଓ ଟଂକା ହଡପ କରିବା ବୋଲି ଅଭିଯୁକ୍ତକୁ ଜେରା କରିବା ପରେ ଭଦ୍ରକ ଆରକ୍ଷୀ ଅଧୀକ୍ଷକ କହିଛନ୍ତି । କେବଳ ଆଇନ ଆଖିରୁ ରକ୍ଷା ପାଇଁ ବବୁଆ ଫିଲ୍ମର କାହାଣୀ କହୁଛି ବୋଲି କୁହାଯାଉଛି । ମୃତ ରବୀନ୍ଦ୍ରଙ୍କ ଘରକୁ ବାବୁଆର ଯା ଆସ ଲାଗି ରହିଥିଲା । ବାବୁଆ ଜାଣିଥିଲା ରବୀନ୍ଦ୍ରଙ୍କ ଘରେ କିଛି ସୁନା ଅଛି । ତା ଛଡା ରବୀନ୍ଦ୍ରଙ୍କ ବିବାହିତ ବଡ ଝିଅ ପୋଡିହୋଇ ମୃତ୍ୟୁ ବରଣ କରିଥିବାରୁ ସେ ବାବଦକୁ ମଧ୍ୟ ରବୀନ୍ଦ୍ର ୨ ଲକ୍ଷ ଟଂକା ପାଇଥିଲେ । ସେ ଟଂକା ମଧ୍ୟ ରବୀନ୍ଦ୍ରଙ୍କ ପାଖରେ ଅଛି । ଏହି କାଣ୍ଡ ଘଟିବା ଦିନ ବ୍ୟାଙ୍କ ଏଟିଏମ ସମ୍ମୁଖରେ ମୃତ ରବୀନ୍ଦ୍ରଙ୍କ ସହ ବବୁଆକୁ ଦେଖିଥିବା କିଛି ସ୍ଥାନୀୟ ଲୋକ ମଧ୍ୟ ପ୍ରକାଶ କରିଛନ୍ତି । ରବୀନ୍ଦ୍ରଠାରୁ ମୃତ ମହିଳାଙ୍କ ସୁନାଗହଣା ପୋଲିସ ଜବତ କରିଛି। ତେବେ ବବୁଆ ଟଂକା ନେଇ ପାରିନଥିବା ଜଣାପଡିଛି । ତେଣୁ ସୁନା ଓ ଟଂକା ହଡପ କରିବା ପାଇଁ ବବୁଆ ଏହି ଜଘନ୍ୟ କାଣ୍ଡ କରିଛି ବୋଲି ପ୍ରାଥମିକ ଜେରା ପରେ ଗଣମାଧ୍ୟମକୁ କହିଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ଥାନାତାଳସିଠାଗାଁ ରେ ଏହି ହତ୍ୟାକାଣ୍ଡ ଓ ନାବାଳିକା ଦୁଷ୍କର୍ମ ଘଟଣା ଘଟିଛି। ମୃତକ ହେଉଛନ୍ତି ରବୀନ୍ଦ୍ର ବେହୁରିଆ ଏବଂ ତାଙ୍କ ସ୍ତ୍ରୀ ଭକ୍ତିଲତା ବେହୁରିଆ। ଗତ ୨୯ ତାରିଖ ଦିନ ରବୀନ୍ଦ୍ର ଗାଁ ନିକଟ ଅନ୍ୟ ଏକ ଗାଁକୁ କାମ କରିବାକୁ ଯାଇଥିବାବେଳେ ତାଙ୍କୁ ବାବୁଆ ତାଙ୍କୁ ଫୋନ କରି ଧାମନଗର ଛକକୁ ଆସିବାକୁ କହିଥିଲା ଓ ସେଠାରୁ ଏକ ଭୋଜି ଖାଇବାକୁ ଯିବାକୁ ପ୍ରସ୍ତାବ ଦେଇଥିଲା । ଗୋପୀନାଥ ମହାନ୍ତି ଓରଫ ବାବୁଆଙ୍କ ସମ୍ପର୍କ ବହୁତ ପୁରୁଣା । ରବୀନ୍ଦ୍ରଙ୍କ ପଡୋଶୀ ବାବୁଆକୁ ମୃତ ରବୀନ୍ଦ୍ରଙ୍କ ପତ୍ନୀ ଧରମପୁଅ ଭଳି ଦେଖୁଥିଲେ। ତେଣୁ ବାବୁଆର ପ୍ରସ୍ତାବରେ ରବୀନ୍ଦ୍ର ରାଜି ନହେବାର କିଛି ନଥିଲା । ଯୋଜନା ଅନୁସାରେ ରବୀନ୍ଦ୍ର ଓ ବାବୁଆର ଭେଟ ହେବାପରେ ରବୀନ୍ଦ୍ରଙ୍କୁ ପ୍ରଚୁର ମଦ ପିଆଇଥିଲା ବାବୁଆ । ପରେ ଏକ ହୋଟେଲରେ ବି ସେମାନେ ଖାଇଥିଲେ । ଏହାପରେ ଚନ୍ଦ୍ରପୁର ନିକଟ ଏକ ନାଳ ନିକଟକୁ ରବୀନ୍ଦ୍ରଙ୍କୁ ବାବୁଆ ନେଇଯାଇଥିଲା । ନିଶାରେ ଏକ ପ୍ରକାର ସଜ୍ଞାହୀନ ଅବସ୍ଥାରେ ଥିବା ରବୀନ୍ଦ୍ରଙ୍କ ମୁହଁକୁ ଗାମୁଛାର ଗୋଟିଏ ଖଣ୍ଡରେ ବାନ୍ଧି ଦେଇଥିବାବେଳେ ହାତକୁ ଆଉ ଏକ ଖଣ୍ଡ ଗାମୁଛାରେ ବି ବାନ୍ଧି ଦେଇଥିଲା । ଏହାପରେ ରୀନ୍ଦ୍ରଙ୍କୁ ନାଳ ଭିତରକୁ ଠେଲି ଦେଇଥିଲା ବାବୁଆ । ଆଘାତ ଯୋଗୁଁ ରବୀନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହେବାପରେ ରବୀନ୍ଦ୍ରଙ୍କ ମୋବାଇ ଓ ଗାଡି ନେଇ ବାବୁଆ ପହଂଚିଥିଲା ରବୀନ୍ଦ୍ରଙ୍କ ଘର ନିକଟରେ । ସେତେବେଳକୁ ବିଳମ୍ବିତ ରାତି । ରବୀନ୍ଦ୍ରଙ୍କ ମୋବାଇଲରୁ ଫୋନ କରି ରବୀନ୍ଦ୍ରଙ୍କ ପତ୍ନୀ ଭକ୍ତିଲତାଙ୍କୁ କବାଟ ଖୋଲିବାକୁ କହିଥିଲା। କବାଟ ଖୋଲିବାପରେ ଅତର୍କିତ ଭାବେ ବାବୁଆ ଭକ୍ତିଲତାଙ୍କୁ ଆକ୍ରମଣ କରିଥିଲା । ପଡିଥିବା ଏକ ଶିଳପୁଆରେ ଭକ୍ତିଲତାଙ୍କ ମୁଣ୍ଡକୁ ଆଘାତ କରିଥିଲା । ଗୁରୁତର ଭାବେ ଆହତ ହୋଇ ସଜ୍ଞାହୀନ ହୋଇପଡିଥିବା ଭକ୍ତିଲତାକୁ ବଂଚାଇବା ପାଇଁ ତାଙ୍କ ନାବାଳିକା ଝିଅ ପହଂଚିଥିଲା । ତେବେ ତା ପୂର୍ବରୁ ସେ ସୁରତରେ ରହୁତିବା ଭାଇକୁ ମଧ୍ୟ ଘଟଣା ସମ୍ପର୍କରେ ମୋବାଇଲ ଯୋଗେ ସୂଚନା ଦେଇସାରିଥିଲା । ଫଳରେ ସୁରତରେ ରହୁଥିବା ଭାଇ ଫୋନ କରି ଗାଁରେ ଥିବା ଜଣେ ସଂପର୍କୀୟ ଦାଦାଙ୍କୁ ଘରକୁ ଯିବା ପାଇଁ କହିଥିଲେ । ଇତି ମଧ୍ୟରେ ନାବାଳିକାକୁ ମଧ୍ୟ ବବୁଆ ଗୋଡହାତ ବାଂଧି ପ୍ରଥମେ ଦୁଷ୍କର୍ମ କରିଥିଲା ଓ ହତ୍ୟା କରିବାକୁ ଯୋଜନା କରୁଥିଲା । ଏହି ସମୟରେ ଖବର ପାଇଥିବା ଦାଦା ଆଉ ଜଣଙ୍କୁ ନେଇ ସେଠାରେ ପହଂଚିଯାଇଥିଲେ । ସେମାନହ୍କ ପାଟି ଶୁଣି ବବୁଆ ସେଠାରୁ ପଛ ରାସ୍ତା ଦେଇ ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଭକ୍ତିଲତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଗତକାଲି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ଫେରାର ଗୋପୀନାଥ ଓରଫ ବାବୁଆକୁ ଧରିବା ପାଇଁ ପୋଲିସ ତିନୋଟି ଟିମ ଗଠନ କରିଥିଲା।ପରେ ଭୁବନେଶ୍ଵରରୁ ଅଭିଯୁକ୍ତକୁ ଗତକାଲି ପୋଲିସ ଧରିଥିଲା । ଧରାପଡିବା ପରେ ରବୀନ୍ଦ୍ରଙ୍କୁ ମଧ୍ୟ ହତ୍ୟା କରିଛି ବୋଲି ପୋଲିସକୁ ସୂଚନା ଦେଇଥିଲା । ଆଜି ପୋଲିସ ଅଭିଯୁକ୍ତ କହିଥିବା ଚନ୍ଦ୍ରପୁର ନିକଟ ଏକ ନାଳରୁ ରବୀନ୍ଦ୍ରଙ୍କ ମୃତଦେହ ଉଦ୍ଧାରକରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.