Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

ପ୍ରତିଶୋଧରୁ ହତ୍ୟା

31/07/2018 at 8:23 AM

ଝିଅଙ୍କୁ ଦୁଷ୍କର୍ମ ଓ ବାପା ଓ ମାଙ୍କୁ ହତ୍ୟା ଘଟଣା ଏବେ ନୂଆ ମୋଡ ନେଇଛି । ଛୋଟ ବେଳେ ନିଜ ମାଙ୍କୁ ନିର୍ଯାତନା ଦେଖିବା ପରେ ବଦଲା ନେବାକୁ ଯାଇ ଏମିତି ହତ୍ୟାକାଣ୍ଡ କରିଥିବା କହିଛି ଅଭିଯୁକ୍ତ । ଏମିତି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଦଇପୁର ଗ୍ରାମପଞ୍ଚାୟତ ତାଳସିଠା ଗାଁରେ । ଭଦ୍ରକ ଜିଲ୍ଲା ଧାମନଗର ଥାନା ତାଳସିଠା ଗାଁରେ ହତ୍ୟାକାଣ୍ଡ ।ମୃତ ମହିଳା ହେଉଛନ୍ତି ତାଳସିଠା ଗାଁର ଭକ୍ତିଲତା ବେହୁରିଆ । ଭକ୍ତିଲତାଙ୍କ ସ୍ଵାମୀ ରବୀନ୍ଦ୍ର ଗାଁ ନିକଟ ଏକ ଗାଁକୁ କାମ କରିବାକୁ ଯାଇଥିବାବେଳେ ତାଙ୍କୁ କୌଣସି ନମ୍ବରରୁ କଲ ଆସିଥିଲା । ପରେ କାମ ସାରି ରବୀନ୍ଦ୍ର ଧାମନଗର ଛକକୁ ଯାଇଥିଲେ । ପରେ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିଲା । ର୍ବିଲମ୍ବିତ ରାତିରେ ଭକ୍ତିଲତାଙ୍କୁ ରବୀନ୍ଦ୍ରଙ୍କ ମୋବାଇଲରୁ କବାଟ ଖୋଲିବାକୁ କେହି କହିଥିଲେ । କବାଟ ଖୋଲିବାପରେ ସେହି ଗାଁର ଗୋପୀନାଥ ମହାନ୍ତି ନାମକ ଯୁବକ ତାଙ୍କ ଝିଅ ଲିଜାର ହାତ ବାନ୍ଧି ଦୁଷ୍କର୍ମ କରିଥିଲା । ପରେ ଗୋପୀନାଥ ଭକ୍ତିଳତାଙ୍କୁ ଶିଳପୁଆରେ ଛେଚି ଦେଇଥିଲେ । ଭକ୍ତିଲତାଙ୍କ ରକ୍ତ ଜୁଡୁବୁଡ ଶରୀରକୁ ତାଙ୍କ ଘରପଛପଟେ ପକାଇ ତାଙ୍କ ମୁଣ୍ଡ ଉପରେ ପଥର ପକାଇ ଚାଲିଯାଇଥିଲେ । ଗାଁ ଲୋକେ ଆସି ଝିଅ ର ହାତଗୋଡ ଖୋଲିବା ପରେ ଭକ୍ତିଲତାଙ୍କୁ ଭଦ୍ରକ ମେଡିକାଲକୁ ନେଇଥିଲେ ତାଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ଜଣକ ମୃତ ମହିଳା ଙ୍କ ଧରମ ପୁଅ ବୋଲି ପୁଲିସ ସୂଚନା ଦେଇଥିଲା । ଅଭିଯୁକ୍ତ ଗୋପୀନାଥ କୁ ଖୋଜିବାକୁ ପୋଲିସ ତିନୋଟି ଟୀମ ଗଠନ କରିଥିଲା । ପରେ ଭୁବନେଶ୍ଵର ରୁ ଅଭିଯୁକ୍ତ କୁ ପୋଲିସ ଧରିଥିବା ବେଳେ ଅଭିଯୁକ୍ତ ମୃତ ମହିଳାଙ୍କ ସ୍ଵାମୀ ଙ୍କୁ ମଧ୍ୟ ହତ୍ୟା କରିଥିବା କହିଥିଲା । ତାଙ୍କୁ ହତ୍ୟା କରି ବଦଲା ନେଇଛି କିନ୍ତୁ ନିଜ ର ଏହି କାମ ପାଇଁ ସେ ଅନୁତାପ କରୁଛି ବୋଲି କହିଛି ।

   Related Posts