Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲକଡାଉନ୍‌ରେ ଏତେ ଅମାନିଆ କାହିଁକି…? ଜିଲ୍ଲା ପୋଲିସ୍ ଜାରି କଲେ ଟ୍ବିଟ୍

15/05/2020 at 8:29 PM

ଭଦ୍ରକ୧୫/୫: ଲକଡାଉନ୍‌ରେ ଏତେ ଅମାନିଆ କାହିଁକି? ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ନିୟମ ସାରା ରାଜ୍ୟରେ କଡ଼ାକଡ଼ି ପାଳନ କରାଯାଇଛି। କିନ୍ତୁ ଅମାନିଆଙ୍କ ପାଖରେ ସବୁ ଫେଲ୍। କରୋନାରୁ ବଞ୍ଚିବା ପାଇଁ ସରକାର ନିୟମ କଲେ । ପୋଲିସ ଓ ପ୍ରଶାସନ ବିଭିନ୍ନ ଉପାୟରେ ସାଧାରଣ ଜନତା କେମିତି ନିୟମ ପାଳନ କରିବେ ସେ ନେଇ ସଚେତନ କଲେ ଆଉ ଚେକିଂ ଓ ବ୍ଳକିଙ୍ଗ ମଧ୍ୟ ହେଲା। କିନ୍ତୁ ବହୁ ଲୋକ ନିୟମକୁ ପାଳନ କରୁଥିବା ବେଳେ ଆଉ କେତେ ଜଣ ଅମାନିଆ ନିୟମ ଭାଙ୍ଗି ଖସି ଚାଲିି ଯାଉଛନ୍ତି।

ଆଉ କିଏ ତଣ୍ଡ ଗଣିଲା ତ, କିଏ ନିୟମ ଉଲଂଘନ କରି ଗିରଫ ହେଲାଣି। ଗତ ମାର୍ଚ୍ଚ ୨୭ ତାରିଖରୁ ୧୪ ମେ ମଧ୍ୟରେ କେତେ ଅମାନିଆ ନିୟମ ଉଲଂଘନ କରି ଫସିଛନ୍ତି । ଏହି ସମୟ ମଧ୍ୟ ରେ ଭଦ୍ରକ ପୋଲିସ ର କଲସେଣ୍ଟରକୁ ବିଭିନ୍ନ କ୍ଷେତ୍ରରେ ସହାୟତା ପାଇଁ ପ୍ରାୟ ୫୦ ହଜାର ୨୩୦ କଲ ଆସୁଛି । ସେହିପରି ଲକଡାଉନ ନିୟମ ଉଲଂଘନ ପାଇଁ ଭଦ୍ରକ ପୋଲିସ ୩୯୨ ଜଣଙ୍କ ନାମରେ ୧୮୮ ମାମଲା ରୁଜୁ କରିଛି । ଲକଡାଉନ ବେଳେ ମୋଟର ଯାନ ଆଇନ ଉଲଂଘନ ମାମଲାରେ ମଧ୍ୟ ପଛ ରେ ନାହାନ୍ତି ଏଠିକାର ଅମାନିଆ ।

ଏହି ସମୟରେ ୬୧୬୨ ଜଣ ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ହାତରେ ଧରାପଡି ଜୋରିମାନା ଗଣିଛନ୍ତି । ଜିଲ୍ଲା ରେ ୭୭ଟି ଅବକାରୀ କେସ ହୋଇଛି । ୬୫ ଜଣଙ୍କ ନାଁ ରେ ମାମଲା ହୋଇଛ । ୭୨୭ ଲିଟର ବିଦେଶୀ ମଦ ଓ ୨୭୦୦ ଲିଟର ଦେଶୀ ମଦ ଜବତ ହୋଇଛି । ମୁହଁ ନଘୋଡାଇବା ବା ମାସ୍କ ନପିନ୍ଧି ୨୦୨୩ ଜଣ ଭଦ୍ରକ ବାସିନ୍ଦା ଜୋରିମାନା ଦେଇଛନ୍ତି । ଗୁଜବ ଖେଳାଇବା ପାଇଁ ୧୧ ମାମଲାରେ ୧୫ ଜଣଙ୍କ ନାମ ରେ ଭଦ୍ରକ ପୋଲିସ ମାମଲା କରିଛି । ମାନବିକତା ଦୃଷ୍ଟି ରୁ ଭଦ୍ରକ ପୋଲିସ କରୋନା ସମୟ ରେ ପ୍ରବାସୀ ଶ୍ରମିକଙ୍କୁ ୬୫୦ ରୁ ଅଧିକ ମିଲ ମଧ୍ୟ ଦେଇଛି । ଏମିତି କି ୧୩୫ ଜଣ ଶ୍ରମିକଙ୍କୁ ବାଲେଶ୍ୱର , ମୟୁରଭଞ୍ଜ , ଜାମୁସୋଳା ବୋର୍ଡର ଓ ଲକ୍ଷ୍ମଣନାଥ ବର୍ଡର ପ୍ରଯ୍ୟନ୍ତ ନିଜ ପ୍ରଚେଷ୍ଟା ରେ ପଠାଇଛି

   Related Posts