ଅବ୍ୟବସ୍ଥା ଘେରରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ : ଛଅ ମାସ ହେଲା ଅଲଟ୍ରା ସାଉଣ୍ଡ ମେସିନ ଅଚଳ, ବେଡ୍ ନପାଇ ତଳେ ଗଡୁଛନ୍ତି ରୋଗୀ

Published By : Prameya-News7 Bureau | June 19, 2019 IST

ଭଦ୍ରକ ୧୯|୬: ସ୍ବାସ୍ଥ୍ୟ ସେବା ନାଁରେ ପାଣି ଭଳି ଅର୍ଥ ବୋହିଯାଉଛି । କେତେ କଣ ଯୋଜନା କରିଛନ୍ତି ସରକାର । ହେଲେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ହାଲ୍ ଦେଖିଲେ ଆପଣ ଜାଣିପାରିବେ, ଲୋକେ କେମିତି ସ୍ବାସ୍ଥ୍ୟ ସେବା ପାଉଛନ୍ତି । ସରକାରଙ୍କ ଉଚ୍ଚାରଣ ଏବଂ ଆଚରଣରେ ଥିବା ପାର୍ଥକ୍ୟ ପୁରା ବାରି ହୋଇପଡ଼ୁଛି ଏଠାରେ ।

{"id":124840}

ଛଅ ମାସ ହେଲା ଅଲଟ୍ରା ସାଉଣ୍ଡ ମେସିନ ଅଚଳ। ତେଣୁ ଏଠି ତାଲା ଝୁଲୁଛି । ଆଉ ଟ୍ରମା କେୟାର ସେଣ୍ଟରରେ ଏସି ଚାଲୁନି । ଏସି କଥା ଛାଡ଼ନ୍ତୁ । ଫ୍ୟାନ ବି ଠିକ ସେ ବୁଲୁ ନାହିଁ । ପାନ ଛେପରେ ଚଟାଣ  ଆଉ କାନ୍ଥର ରଂଗ ବଦଳିଗଲାଣି । ପାଇଖାନା ହାଲ୍ ବର୍ଣ୍ଣନା କରିବାକୁ ଭାଷା ନାହିଁ । ରୋଗୀ ସବୁ ତଳେ ଗଡ଼ୁଛନ୍ତି ।  ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । 

{"id":124841}

ମେଡିକାଲରେ ପରିମଳ ବ୍ୟବସ୍ଥା ବୋଲି ଯେମିତି କିଛି ନାହିଁ । ପିଇବା ପାଣି ପାଇଁ ରୋଗୀ ଏବଂ ତାଙ୍କ ସଂପର୍କୀୟ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । କେବେଳ ଭଦ୍ରକ ନୁହେଁ ପଡ଼ୋଶୀ ବାଲେଶ୍ବର, କେନ୍ଦୁଝର, କେନ୍ଦ୍ରାପଡ଼ାର ଜିଲ୍ଲାର ଲୋକେ ଏଇ ଡାକ୍ତରଖାନା ଉପରେ ନିର୍ଭର କରନ୍ତି । ସରକାରୀ ଡାକ୍ତରଖାନା ବୋଲି ଅନେକ ଆଶା ନେଇ ଆସୁଥିବା ରୋଗୀ ଏଠି କି ହନ୍ତସନ୍ତ ହେଉଥିବେ ଜଣାପଡିଯାଉଛି ।

{"id":124842}

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବସ୍ଥା ଯଦି ଏମିତି ଭଦ୍ରକର ବିଭିନ୍ନ ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ବାସ୍ଥ୍ୟର କେମିତି ଥିବ, ତାହା ସହଜରେ ଅନୁମାନ କରିହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.