Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ସୋରୁମ୍ କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣାରେ ତେଜିଲା ରାଜନୀତି: ଧାରଣା ବସିଲା ଜିଲ୍ଲା କଂଗ୍ରେସ

27/07/2020 at 4:50 PM

ଭଦ୍ରକ୨୭/୭: ମୁଖ୍ୟ ଅଭିଯୁକ୍ତର ଗିରଫ ଦାବିରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ପୁଣି ଧାରଣରେ ବସିଲା କଂଗ୍ରେସ। କରୋନା କଟକଣା ନ ମାନି ଅଭିଯୁକ୍ତ ଗିରଫ ନ ହେବା ପର୍ଯ୍ୟନ୍ତ ପ୍ରତ୍ୟକ ଦିନ ୫ ଜଣ କର୍ମୀ ଧାରଣାରେ ବସିବେ । ଭଦ୍ରକ ସହରର ସଂଗୀତା ମୋଟର୍ସର କର୍ମଚାରୀଙ୍କ  ଆତ୍ମହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ଦାବି କରି ଭଦ୍ରକ କଂଗ୍ରେସ ଧାରଣାରେ ବସିଛି ।

ତେବେ ଆତ୍ମହତ୍ୟା କରିଥିବା କର୍ମଚାରୀ ନିଜ ସୁଇସାଇଡ୍‌ ନୋଟ୍‌ରେ ସୋରୁମ୍‌ ମାଲିକ ତାଙ୍କୁ ନିର୍ଯାତନା ଦେଉଥିବାରୁ ସେ ଆତ୍ମହତ୍ୟା କରିଥିବା ଲେଖିଥିଲେ । ପରେ ଭଦ୍ରକର ବିଭିନ୍ନ ସାମାଜିକ ସଂଗଠନ ସହ କଂଗ୍ରେସ ମଧ୍ୟ ଭଦ୍ରକ ଏସପିଙ୍କୁ ଭେଟି ଥିଲେ। ପୋଲିସ୍ ତରଫରୁ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ କଂଗ୍ରେସ ଆନ୍ଦୋଳନରୁ ଓହରିଥିଲା ଅଭିଯୁକ୍ତ ଗିରଫ ନହେବାରୁ ଏବେ ପୁଣି ଠାରେ କଂଗ୍ରେସ ଏସପିଙ୍କ କାର୍ଜ୍ୟାଳୟ ଠାରେ ଧାରଣା ଦେଇଛି ।

ମୁଖ୍ୟ ଅଭିଯୁକ୍ତ ଗିରଫ ନ ହେବା ପର୍ଯ୍ୟନ୍ତ ପ୍ରତ୍ୟକ ଦିନ କଂଗ୍ରେସର ୫ ଜଣ ଲେଖାଏଁ  କର୍ମୀ ଧାରଣା ଦେବେ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି । 

   Related Posts