ସମ୍ଭାବ୍ୟ ବାତ୍ୟାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ସମୁଦ୍ର ପାଖାପାଖି ୩ କି.ମି. ପର୍ଯ୍ୟନ୍ତ ଗାଁ ଉପରେ ରହିଛି ନଜର

Published By : Prameya-News7 Bureau | May 17, 2020 IST

ଭଦ୍ରକ ୧୭।୫: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଶେଷ କରି ଜିଲ୍ଲାର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ୍ ଉପରେ ଗୁରୁତ୍ବ ଦିଆଯାଇଛି । ଏହାସହିତ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ଅଧିକ ନଜର ରହିଛି । ସମୁଦ୍ର ପାଖାପାଖି ଥିବା ୩ କି.ମି. ପର୍ଯ୍ୟନ୍ତ ଗାଁ ଗୁଡିକ ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ । ଦୁଇଟି ବ୍ଲକର ୨୨ଟି ପଞ୍ଚାୟତର ୯୧ଟି ଗାଁର ୧ ଲକ୍ଷ ୫ ହଜାର ଲୋକ ଏହାଦ୍ବାରା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । 

ବାସୁଦେବପୁରର ୧୪ ପଞ୍ଚାୟତ  ଓ ଚାନ୍ଦବାଲି ବ୍ଲକର ୪ଟି ପଞ୍ଚାୟତ ଏହାଦ୍ବାରା ପ୍ରଭାବିତ ହେବ ।  ୩ ଜଣ ବରିଷ୍ଠ ଅଫିସର ଏଥିପାଇଁ ନିୟୋଜିତ ହୋଇଛନ୍ତି । ସ୍ବତନ୍ତ୍ର ଭାବେ ଧାମରା ଅଞ୍ଚଳ ପାଇଁ ଜଣେ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ୍ ପାଇଁ ଜଣେ ଲେଖାଏଁ ଅଫିସର ନିୟୋଜିତ ହୋଇଛନ୍ତି । ବିଶେଷ କରି ବାତ୍ୟାଆଶ୍ରୟ ସ୍ଥଳରେ ହୋଇଥିବା ଟିଏମସି ସେଣ୍ଟର ଗୁଡିକରେ ହୋଇଥିବା ସ୍ଥାନ ଉପରେ ନଜର ରଖିଛି । ଜିଲ୍ଲାରେ ଥିବା ୧୦୪ଟି ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ  ୩୦ଟି ବାତ୍ୟା ଆଶ୍ରୟସ୍ଥଳୀକୁ କୋଭିଡ୍-୧୯ର ଟିଏମସି ଭାବେ ବ୍ୟବହାର କରାଯାଇଛି ।  ଯେଉଁ ଟିଏମସି ସେଣ୍ଟର କମ ପ୍ରବାସୀ ଅଛନ୍ତି ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ।

ଜିଲ୍ଲାରେ ୫୫୮ଟି ସ୍କୁଲ ଗୃହକୁ ଆସନ ବାତ୍ୟା ପାଇଁ ପ୍ରସ୍ତୁତ କରାଯାଉଛି । ଏଥିରେ ବିଦ୍ୟୁତ, ପାନୀୟଜଳ ସହିତ ଲୋକମାନେ କିପରି ସାମାଜିକ ଦୂରତା ରଖି ଲୋକେ ରହିବେ ଏ ନେଇ ଜିଲ୍ଲା ପ୍ରଶାସନ ସମସ୍ତ ବନ୍ଦୋବସ୍ତ କରିଛି । ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ କରାଯାଉଛି । ପଞ୍ଚାୟତ ସ୍ତରରେ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଉଛି । ପ୍ରତ୍ୟେକ ବ୍ଲକରେ ବିଡିଓ ଓ ତହସିଲଦାରଙ୍କୁ ଏଥିପାଇଁ କଡା ନଜର ରଖିବା ପାଇଁ କୁହାଯାଇଛି । ଏଥିପାଇଁ ମାଇକ୍ ଯୋଗେ ପ୍ରଚାର ଭଦ୍ରକ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରଚାର ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.