ସଟ୍‌ଡାଉନ୍‌କୁ ନେଇ ଗୁଜବ ଏବଂ ଅପପ୍ରଚାରରେ ବିଶ୍ବାସ କରନ୍ତୁନାହିଁ, ହେଲ୍‌ପଲାଇନ୍‌ ନମ୍ବର ଜାରିକଲା ଭଦ୍ରକ ଜିଲ୍ଲା ପ୍ରଶାସନ

Published By : Prameya-News7 Bureau | April 23, 2021 IST

ଭଦ୍ରକ  ୨୩/୦୪ : କରୋନା ସମ୍ବନ୍ଧରେ ବିଭିନ୍ନ ଗୁଜବ ଓ ଅପପ୍ରଚାର ନକରିବା ପାଇଁ ଜନସାଧାରଣଙ୍କୁ ଅପିଲ କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଗୁଜବ ଓ ଅପପ୍ରଚାରରେ ବିଶ୍ବାସ ନକରିବା ସହ ବିନା ଯାଞ୍ଚ କରି ଏଣୁତେଣୁ ମେସେଜ୍ ଫର୍‌ୱାର୍ଡ୍ ନକରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହା ସହିତ ସରକାରୀ ଉତ୍ସ ତଥା ନିର୍ଭରଯୋଗ୍ୟ ଗଣମାଧ୍ୟମରେ ପ୍ରସାରିତ ସୂଚନାକୁ ବିଶ୍ବାସ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ ।

ଏହା ସହିତ ପ୍ରଶାସନ ପକ୍ଷରୁ ସପ୍ତାହାନ୍ତ ସଟ୍‌ଡାଉନ୍ ସମୟରେ କୋଭିଡ୍ ସମ୍ବନ୍ଧୀୟ କୌଣସି ଅସୁବିଧା ନିମିତ୍ତ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ୮୪୮୦୯୪୬୮୧୮ ମୋବାଇଲ୍ ନମ୍ବରକୁ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ ।

wp:gallery {"ids":[443081],"linkTo":"none"} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.