କଣ୍ଡକ୍ଟ ରୁଲ ଉଲଂଘନ କରି ଭଦ୍ରକ ଜିଲ୍ଲାପାଳ ଚଢୁଛନ୍ତି ଧାମରା ବନ୍ଦରର ଉପହାର ଗାଡି ! ସାଧାରଣରେ ପ୍ରଶ୍ନ

Published By : Prameya-News7 Bureau | December 15, 2018 IST

wp:core-embed/youtube {"url":"https://www.youtube.com/watch?v=M3tEJC9lN6Q\u0026feature=youtu.be","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=M3tEJC9lN6Q&feature=youtu.be
/wp:core-embed/youtube

ଭଦ୍ରକ ୧୫|୧୨: କୌଣସି ବ୍ୟକ୍ତି କିମ୍ବା କଂପାନୀଠାରୁ କିଛି ବି ଉପହାର ଗ୍ରହଣ କରିପାରିବେନି ସରକାରୀ କର୍ମଚାରୀ । ଓଡ଼ିଶା ସରକାରୀ କର୍ମଚାରୀ କଣ୍ଡକ୍ଟ ରୁଲ୍ ରେ ଏହା ଉଲ୍ଲେଖ ଅଛି । ତବେ ଏହି ନିୟମକୁ ଯେପରି ଭୁଲି ଯାଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ । ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ଗାଡି ଚଢୁଛନ୍ତି ଜିଲ୍ଲାପାଳ । ଗାଡିର ଜାଳେଣୀ ଦେଉଛି ବନ୍ଦର କର୍ତ୍ତୃପକ୍ଷ । ଆଉ ଡ୍ରାଇଭର ବି ଯୋଗାଇ ଦେଇଛି କଂପାନୀ । ଆଉଭଦ୍ରକ ଜିଲ୍ଲାର ବୁଦ୍ଧିଜୀବୀମାନେ ଏହାକୁ ନାପସନ୍ଦ କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି ।… 

ଦେଖନ୍ତୁ ଏହି ନୂଆ ସ୍କର୍ପିଓକୁ । ନମ୍ବର OD-22N-3970 । ଗାଡିର ନମ୍ବର ପ୍ଲେଟ ଉପରେ ଲେଖାଯାଇଛି ଜିଲ୍ଲାପାଳ, ଭଦ୍ରକ । ଅର୍ଥାତ୍‌ ଗାଡିଟି ଚଢୁଛନ୍ତି ଭଦ୍ରକ ଜିଲ୍ଲାପାଳ । 

{"id":64083}

ଆପଣ ଭାବୁଥିବେ ଗାଡିଟି ସରକାରୀ ଗାଡି ଆଉ ସବୁ ଜିଲ୍ଲାପାଳଙ୍କୁ ସରକାର ଗାଡି ଦିଅନ୍ତି, ଏଥିରେ ଅସୁବିଧା କେଉଁଠି । ହେଲେ ଏହା ସରକାରୀ ଗାଡି ନୁହେଁ କି ସରକାରଏହାକୁ ଦେଇନାହାନ୍ତି । ଗାଡିଟିକୁ ଧାମରା ବନ୍ଦର ଦେଇଛି ଜିଲ୍ଲାପାଳଙ୍କୁ । ଡ୍ରାଇଭର ଦରମାଠୁ ସବୁ ଖର୍ଚ୍ଚ ବନ୍ଦର କଂପାନୀ ବହନ କରୁଛି । ଏପରିକି ଗାଡିର ଇନ୍ଧନ ବି ଜିଲ୍ଲାପାଳଙ୍କ ଅଫିସରୁ ଭରା ଯାଉନାହିଁ ।  ତବେ ଏଠି ପ୍ରଶ୍ନ ଉଠୁଛିକଂପାନୀ ଗାଡି ଜିଲ୍ଲାପାଳ ଚଢିବା କତେଦୂର ଯୁକ୍ତିଯୁକ୍ତ । ଓଡିଶା ସରକାରୀ କର୍ମଚାରୀ କଣ୍ଡକ୍ଟରୁଲ-1959କୁ ଏହା ଉଲ୍ଲଙ୍ଘନ କରୁନାହିଁ କି ?  ସେପଟେ ଗାଡିଟି ଗୀତାଞ୍ଜଳି ମହାନ୍ତି ନାମକ ଜଣେ ମହିଳାଙ୍କ ନାଁରେ ରହିଛି ।

ରାଜ୍ୟ ସରକାରୀ କର୍ମଚାରୀ କଣ୍ଡକ୍ଟ ରୁଲର ୧୪  ନମ୍ବରରେ ରହିଛି କୌଣସି ବ୍ୟକ୍ତି ଠାରୁ ଜଣେ ସରକାରୀ କର୍ମଚାରୀ କୌଣସି ଉପହାର ଗ୍ରହଣ କରିପାରିବେ ନାହିଁ । ତବେ ଭଦ୍ରକ ଜିଲ୍ଲାପାଳ ଧାମରା ବନ୍ଦର ଗାଡି କେମିତି ଚଢୁଛନ୍ତି ? ଆଉ ଧାମରା ବନ୍ଦର କର୍ତ୍ତୃପକ୍ଷ  ଜିଲ୍ଲାବାସୀଙ୍କୁ ଉପହାର ନଦେଇ ଜିଲ୍ଲାପାଳଙ୍କୁ କାହିଁକି ଖୁସି କରାଉଛନ୍ତି ? ଏ ନେଇ ଜିଲ୍ଲାପାଳଙ୍କ କୌଣସି ପ୍ରତ୍ରିକ୍ରିୟା ମିଳିନଥିବା ବେଳେ ଗାଡି ସଂପର୍କରେ ସଫେଇ ଦେଇଛନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ଓ ଧାମରା ବନ୍ଦରର କର୍ମଚାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.