ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ ଘଟଣାର ନିରପେକ୍ଷ ତଦନ୍ତ ଦାବି

Published By : Prameya-News7 Bureau | December 11, 2020 IST

ଭଦ୍ରକ, ୧୧/୧୨:  ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଗୁରୁବାର ମେଡିକାଲ କଲେଜ ପ୍ରତିଷ୍ଠା ଦାବି  ଓ ମେଡିକାଲରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଦାବିକୁ  ନେଇ ସହରରରେ  ୧୨ ଘଣ୍ଟିଆ ବନ୍ଦ ପାଳନ ଯାଇଥିଲା. ଏହି ବନ୍ଦରେ କଂଗ୍ରେସକୁ ସଫଳତା ମିଳିଥିବା ନେଇ କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି କହିଛନ୍ତି ।

ଗୁରୁବାର ବନ୍ଦ ସମୟରେ କଂଗ୍ରେସ ପକ୍ଷରୁ ୪ ଜଣ ବିଜେଡି ବିଧାୟକ ଓ ଜଣେ ସାଂସଦଙ୍କ କୁଶପୁତୁଳିକା ଦାହ  କରାଯାଇଥିଲା.। ତେବେ ଶୁକ୍ରବାର ବିଜେଡି ବିଧାୟକଙ୍କ କିଛି କର୍ମୀ କଂଗ୍ରେସର ଜଣେ କାର୍ଯ୍ୟକାରୀ  ସଦସ୍ୟଙ୍କୁ  ମାଡ଼ ମାରି ଥିବା ନେଇ  ଅଭିଯୋଗ ଆଣିଛି କଂଗ୍ରେସ । ଏହାକୁ ନେଇ ଟାଉନ ଥାନାରେ କଂଗ୍ରେସ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ନେଇ ଆଜି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମିଳନୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।

 ଏହି ସମ୍ମିଳନୀରେ ଦଳ ଅଭିଯୋଗ କରିଛି ଯେ, ଜଣେ ଦଳୀୟ କାର୍ଯ୍ୟକାରୀ ସଦସ୍ୟଙ୍କୁ ବିଜେଡିର କିଛି ସଦସ୍ୟ ଖଣ୍ଡା, ଖଣ୍ଡା ଓ ହକି ଷ୍ଟିକରେ ମାଡ଼ ମାରିଛନ୍ତି । ଏହି ଘଟଣାର ପୋଲିସ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦାବି କରିଛନ୍ତି କଂଗ୍ରେସ । ଯଦି ଏ ସମ୍ପର୍କରେ ପୋଲିସ କାର୍ଯ୍ୟାନୁଷ୍ଠାନ ନ ନିଏ ତାହା ହେଲେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ ସହ ଏସପି ଅଫିସ ଓ ଡିଜି ଅଫିସ ପର୍ଯ୍ୟନ୍ତ ଘେରାଉ କରାଯିବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.