ଅକ୍ସିଜେନ୍ କନସେଣ୍ଟ୍ରେଟର ଫେରାଇ ଦେଲେ ଜିଲ୍ଲାପାଳ, ୫ଟି କନସେଣ୍ଟ୍ରେଟର ଦେଇଥିଲା ସ୍ବେଚ୍ଛାସେବୀ ସଂସ୍ଥା

Published By : Prameya-News7 Bureau | June 10, 2021 IST

ଭଦ୍ରକ ୧୦।୬: କାରୋନା ରୋଗୀଙ୍କ ଚିକିତ୍ସା ପାଇଁ ସ୍ବେଚ୍ଛାସେବୀ ସଂସ୍ଥା ଦାନ କରିଥିବା ୫ଟି ଅକ୍ସିଜେନ କନସେଣ୍ଟ୍ରେଟରକୁ ଫେରାଇଦେଲେ ଜିଲ୍ଲାପାଳ । ସାଙ୍ଗରେ ଆଣିଥିବା ୫ଟି ଆକ୍ସିଜେନ କନସେଣ୍ଟ୍ରେଟର କୁ ପୁଣି ଫେରାଇ ନେଇଛି ସ୍ଵେଚ୍ଛାସେବୀ ସଂସ୍ଥା । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ ।

{"id":463954,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ସମୟରେ, କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନର ବହୁଳ ଆବଶ୍ୟକତା ରହିଛି । ଅକ୍ସିଜେନ ସିଲିଣ୍ଡର ସହ ଅକ୍ସିଜେନ କନସେଣ୍ଟ୍ରେଟର ମଧ୍ୟ ଉପଯୋଗ ହେଉଛି । କିନ୍ତୁ ଭଦ୍ରକ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂସ୍ଥା ସହିଦ ଭଗତ ସେନା ଓ ହୋପ ଅନୁଷ୍ଠାନ ମିଳିତ ଭାବେ ଭଦ୍ରକ ଜିଲ୍ଲାରେ କୋଭିଡ୍ ରୋଗୀଙ୍କ ପାଇଁ ୫ଟି ଅକ୍ସିଜେନ କନସେଣ୍ଟ୍ରେଟର ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପାଇଁ ଆଣିଥିଲେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ । ହେଲେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଏହି କନସେଣ୍ଟ୍ରେଟର ନେବାକୁ  ପ୍ରତ୍ୟାଖ୍ୟାନ କରିଛନ୍ତି । ତେବେ ଏହି ପ୍ରତ୍ୟାଖ୍ୟାନ ପରେ ସର୍ବସାଧାରଣରେ ଜିଲ୍ଲାପାଳଙ୍କ ମାନସିକତାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ଏମିତି ଘଟଣା ପରେ ସ୍ଵେଚ୍ଛାସେବୀ ସଂଗଠନ ୫ଟି କନସେଣ୍ଟ୍ରେଟରକୁ ଫେରାଇ ନେଇଛନ୍ତି । ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାର ମେଡିକାଲକୁ ଦିଆଯିବ ବୋଲି ସୂଚନା ଦେଇଛନ୍ତି । କିନ୍ତୁ ଗଣମାଧ୍ୟମ ସମ୍ମୁଖରେ ଜିଲ୍ଲା ପ୍ରଶାସନ ଓ ସ୍ବେଚ୍ଛାସେବୀ ସଂଗଠନ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.