Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଅକ୍ସିଜେନ ଅଭାବରୁ ରୋଗୀ ମୃତ୍ୟୁ ଗୁଜବକୁ ଖଣ୍ଡନ କଲେ ଜିଲ୍ଲାପାଳ, ଅପପ୍ରଚାର ନକରିବାକୁ ଅନୁରୋଧ

5/05/2021 at 11:13 AM

ଭଦ୍ରକ ୫।୫: ଅମ୍ଳଜାନ ନଥିବା ନେଇ ଗୁଜବ ନକରିବା ସହ ଅପପ୍ରଚାର ନ କରିବା ପାଇଁ ଅନୁରୋଧ କଲେ ଜିଲ୍ଲାପାଳ । ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅମ୍ଳଜାନ ଅଭାବ ନଥିବାରୁ ରୋଗୀ ମୃତ୍ୟୁ ଗୁଜବକୁ ଖଣ୍ଡନ କରିଛନ୍ତି ଭଦ୍ରକ ଜିଲ୍ଲାପାଳ । ଜିଲ୍ଲାରେ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ର ଓ କୋଭିଡ୍ କେୟାରରେ ଆବଶ୍ୟକ ମୁତାବକ ଅମ୍ଳଜାନ ରଖାଯାଇଛି । ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଓ ସରକାରଙ୍କ ପ୍ରୋଟୋକଲ ଅନୁଯାୟୀ ଅମ୍ଳଜାନ ଯୋଗାଇ ଦିଆଯାଉଛି । କେତେକ କ୍ଷେତ୍ରରେ ରୋଗୀଙ୍କ ସମ୍ପର୍କୀୟମାନେ ଅମ୍ଳଜାନ ପାଇଁ ଦାବି କରୁଛନ୍ତି ।

zତେବେ ଜିଲ୍ଲାରେ ପର୍ଯ୍ୟାପ୍ତ ସଂଖ୍ୟକ ଅମ୍ଳଜାନ ଭର୍ତ୍ତି ସିଲିଣ୍ଡର ରହିଛି । ପ୍ରତ୍ୟେକ ଦିନ ବ୍ୟବହାର ପାଇଁ ପର୍ଯ୍ୟାପ୍ତ ଅମ୍ଳଜାନ ରହିଛି । ଆଜି ସୁଦ୍ଧା ୧୦ ଲିଟର ଅମ୍ଳଜାନ ଭର୍ତ୍ତି ୨୩୬ ସିଲିଣ୍ଡର ଓ  ୨୦ ଲିଟର ବିଶିଷ୍ଟ ୩୭ଟି ସିଲିଣ୍ଡର ଭର୍ତ୍ତି ହୋଇ ରହିଛି । ପ୍ରତୀକ ଦିନ ଅମ୍ଳଜାନ ସାରିବା ପରେ ଖାଲି ସିଲିଣ୍ଡରକୁ ଭର୍ତ୍ତି କରାଯାଉଛି । ଏଣେ କୌଣସି ପ୍ରକାର ଗୁଜବ ନ ସୃଷ୍ଟି କରିବା ସହ ଅପପ୍ରଚାର ନ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

   Related Posts