ସ୍ବଚ୍ଛ ଭାରତର ନାରା ଦେଉଛନ୍ତି ସରକାର ହେଲେ ବାସ୍ତବ ଚିତ୍ର ଅଲଗା, ଭଦ୍ରକ ବସଷ୍ଟାଣ୍ଡରେ ଗଦା ହୋଇଛି କୁଢ କୁଢ ଅଳିଆ ଆବର୍ଜନା

Published By : Prameya-News7 Bureau | June 14, 2019 IST

ଭଦ୍ରକ ୧୪|୬: ସ୍ବଚ୍ଛ ଭାରତର ନାରା ଦେଉଛନ୍ତି ସରକାର । ହେଲେ ବାସ୍ତବ ଚିତ୍ର ଅଲଗା । ଭଦ୍ରକ ବସଷ୍ଟାଣ୍ଡ ଆଡ଼େ ଯଦି ଆପଣ ଯିବେ ତାହାଲେ ବୁଝିଯିବେ ସ୍ବଚ୍ଛ ଭାରତ ଅଭିଯାନ କେତେ ସଫଳ । ଅଳିଆ, ଆବର୍ଜନା ଗଦା ଦେଇଛି, ଦୁର୍ଗନ୍ଧରେ ନାକ ଫାଟୁଛି । ବସଷ୍ଟାଣ୍ଡ ଏକ ପରିତ୍ତ୍ୟକ୍ତ ସ୍ଥାନ ଭଳି ଲାଗୁଛି ।

{"id":122778}

ଭଦ୍ରକ ବସଷ୍ଟାଣ୍ଡ । ପ୍ରତିଦିନ ଶହ ଶହ ବସ୍ ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାତାୟତ କରୁଛି । ରାଜ୍ୟ ବାହାରକୁ ବି ବସ୍ ଯାଉଛି । ଯାତ୍ରୀଙ୍କ ଭିଡ଼ ବି କିଛି କମ୍ ନୁହେଁ । ତେବେ ବସଷ୍ଟାଣ୍ଡର ଅବସ୍ଥା  ଚାରିଆଡ଼େ ଖାଲ ଖମା ।

{"id":122779}

ଅସରାଏ ବର୍ଷା ହେଲେ ଏଠି ପାଣି ଜମି ରହୁଛି । ଯୁଆଡ଼େ ଚାହିଁବେ ଅଳିଆ ଆବର୍ଜନା । ନର୍ଦ୍ଦମା ପାଣି ଗନ୍ଧରେ ରହି ହେଉନି ।ସ୍ବଚ୍ଛତାର ଡିଣ୍ଡିମ ପିଟୁଛନ୍ତି ସରକାର । ହେଲେ କଥା ଆଉ କାମରେ କେତେ ଫରକ ଏଇଥିରୁ ହିଁ ବାରିହୋଇପଡ଼ୁଛି । 

{"id":122780}

ଯାତ୍ରୀଙ୍କ ପାଇଁ ଥିବା ବିଶ୍ରାମାଗାରରେ ତାଲା ଝୁଲୁଛି । ଭିତରେ  ଜରିବସ୍ତାରେ କଣ ସବୁ ସାମଗ୍ରୀ ଭର୍ତ୍ତି ହୋଇ ରହିଛି । ଆଉ ଯାତ୍ରୀମାନେ ଗରମରେ ଆଉଟୁ ପାଉଟୁ ହେବା ସାର । ସାଇକେଲ ଷ୍ଟାଣ୍ଡରେ ବି ତାଲା ଝୁଲୁଛି । ସାଇକେଲ , ମୋଟର ସାଇକେଲ ସବୁ ବାହାରେ ପଡୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.