Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଲୁଗା ଦୋକାନ ଭିତରେ ତହସିଲଦାର, ସଟର୍ ପକାଇଲା କିଏ ? ଜରିମାନା ବିବାଦ ବି ଛିଡୁନି, ବନ୍ତ ତହସିଲଦାରଙ୍କ ଅଡିଓ-ଭିଡିଓ କ୍ଲିପ୍ ଏବେ ଭାଇରାଲ୍

26/05/2020 at 6:57 PM

ଭଦ୍ରକ, ୨୬|୦୫: ନିୟମ ଯିଏ କରିଛନ୍ତି ସିଏ ନିୟମ ମାନୁନାହାଁନ୍ତି ! ସନ୍ଧ୍ୟା ୭ରୁ ସକାଳ ୭ କର୍ଫ୍ୟୁ, ଦୋକାନ ବଜାର ବନ୍ଦ କିନ୍ତୁ ଖୋଦ ଅଫିସର ମହାଶୟା କରୁଛନ୍ତି ମାର୍କେଟିଂ । ଭଦ୍ରକ ଜିଲ୍ଲାରେ ଏବେ ଭାଇରାଲ ହୋଇଥିବା ଏକ ଅଡିଓ-ଭିଡିଓ କ୍ଲିପ୍ ନେଇ ସବୁଠି ଆଲୋଚନା । ଭିଡିଓଟି ନିର୍ଦ୍ଦିଷ୍ଟ ଭାବେ କେତେ ତାରିଖର ତାହା ଜଣାପଡିନଥିଲେ ବି, ସାବିତ୍ରୀ ପୂର୍ବର ବୋଲି ମନେ ହେଉଛି । ଏକ ଲୁଗା ଦୋକାନ ଭିତରେ ବନ୍ତ ତହସିଲଦାର ଇନ୍ଦିରା ସାହୁଙ୍କ ସହ ଜଣେ ଯୁବକ ଯୁକ୍ତିତର୍କ କରୁଛନ୍ତି । କିନ୍ତୁ ଭିଡିଓରେ ସଂପୃକ୍ତ ଯୁବକଙ୍କର ଛବି ବା ଭିଜିଆଲ ଆସୁନାହିଁ କେବଳ କଣ୍ଠସ୍ୱର ଆସୁଛି । କିନ୍ତୁ ତହସିଲଦାରଙ୍କ ସହ ଯୁକ୍ତିତର୍କରୁ ଜଣାପଡୁଛି ଯେ ସଂପୃକ୍ତ ଯୁବକଙ୍କ ମାଲିକାନାରେ ଥିବା ଟ୍ରାକ୍ଟରରୁ ତହସିଲ କର୍ତ୍ତୃପକ୍ଷ ୧୫ ହଜା ଟଙ୍କା ଜରିମାନା ନେଇଛନ୍ତି । କାଗଜପତ୍ର ଥାଇ ବି ବାଲିଚାଲାଣ ବେଳେ ଯୁବକଜଣଙ୍କଠାରୁ ଜବରଦସ୍ତ ୧୫ ହଜାର ଟଙ୍କା ଫାଇନ ନିଆଯାଇଥିବା ଓ ୧୦ ହଜାର ଟଙ୍କାର ରସିଦ ଦିଆଯାଇଥିବା ଅଡିଓରୁ ବୁଝା ପଡୁଛି ।

ସେପଟେ ଲକଡାଉନ ବେଳେ ଭଦ୍ରକ ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ ବେଳେ ସନ୍ଧ୍ୟା ୭ଟା ପରେ ବି ଲୁଗା ଦୋକାନରେ ତହସିଲଦାର ସପିଂ କରୁଥିବା ନେଇ ସଂପୃକ୍ତ ଯୁବକ ଅଡିଓଟିରେ ତହସିଲଦାରଙ୍କୁ ଆକ୍ଷେପ କରୁଛନ୍ତି । ତହସିଲଦାରଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଯୁବକଜଣଙ୍କ ତହସିଲଦାରଙ୍କୁ କଥା କୁହାଇ ଦେଉନାହାଁନ୍ତି । କାହିଁକି ସେ ୭ଟା ପରେ ଏବଂ କେଉଁ ନିୟମରେ   କର୍ଫ୍ୟୁ ବେଳେ ସପିଂ କରୁଛନ୍ତି ବୋଲି ତହସିଲଦାରଙ୍କୁ ସଂପୃକ୍ତ ଯୁବକ ପ୍ରଶ୍ନ କରୁଛନ୍ତି । ତେବେ ଅଡିଓରେ ତହସିଲଦଜାର ସପିଂ କଥାକୁ ସିଧାସିଧା ଅଗ୍ରାହ୍ୟ କରୁନଥିଲେ ବି ସ୍ୱୀକାର କରୁନାହାଁନ୍ତି । ତାଙ୍କ ହାତରେ ବ୍ୟାଗ ନଥିବା କିମ୍ବା ସେ କିଛି କିଣୁ ନଥିବା କହୁଥିବାର ଅଡିଓ କ୍ଲିପରେ ରହିଛି । ଏହି ଭିଡିଓ ଏବେ ଭାଇରାଲ ହୋଇଛି । କିନ୍ତୁ ଏ ସମ୍ପର୍କରେ ବନ୍ତ ତହସିଲଦାରଙ୍କ ସହ ଯୋଗାଯୋଗ ଲାଗି ଫୋନ କରାଯାଇଥିଲେ ମଧ୍ୟ ସେ ଫୋନ ରିସିଭ୍ ନକରିବାରୁ ତାଙ୍କ ପ୍ରତିକ୍ରିୟା ଜଣାପଡି ନାହିଁ । କିନ୍ତୁ ଘଟଣାଟି ଏବେ ବନ୍ଦ ତହସିଲ ସମେତ ସାରା ଭଦ୍ରକ ଜିଲ୍ଲାରେ ଆଲୋଚନାର ଖୋରାକ ହୋଇଛି ।  

   Related Posts