୧୦ରେ ଭଦ୍ରକ ସହର ବନ୍ଦ : ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସର ବନ୍ଦ ଡାକରା, ଅନେକ ସଂଗଠନର ମିଳୁଛି ସମର୍ଥନ

Published By : Prameya-News7 Bureau | December 07, 2020 IST

ଭଦ୍ରକ ୦୭।୧୨: ମେଡିକାଲରେ କଲେଜ ଦାବିରେ ସହର ବନ୍ଦ । ସହଯୋଗ କରିବେ ଅନେକ ଅନୁଷ୍ଠାନ । ଭଦ୍ରକରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅନେକ ଦିନରୁ ଦାବି ରହିଆସିଛି । ଯାହାକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ ମଧ୍ୟ ହୋଇଛି । ଏପରିକି ବନ୍ଦ ଡ଼ାକରା ଓ ସୋସିଆଲ୍‌ ମିଡିଆରେ କ୍ୟାମ୍ପେନ କରାଯାଇଛି । କିନ୍ତୁ ଏବେ ସହର ବନ୍ଦକ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ତେବେ କଂଗ୍ରେସର ଏହି ନିଷ୍ପତ୍ତିକୁ ଅନେକ ସାମାଜିକ ସଂଗଠନ ସହଯୋଗ କରିଛନ୍ତି ।

{"id":373961,"sizeSlug":"large"}

ଭଦ୍ରକ ଜିଲ୍ଲା ରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଭଦ୍ରକ ମେଡିକାଲ କଲେଜ ସଂଗ୍ରାମୀ ସେନା , କ୍ରିୟାନୁଷ୍ଠାନ କମିଟି ଓ ଭଦ୍ରକ ସୋସିଆଲ ସର୍ଭିସ ଭଳି ବହୁ ଅନୁଷ୍ଠାନ ୨୦୧୮ ମସିହାରୁ ଭିନ୍ନ ଭିନ୍ନ ଉପାୟରେ ଆନ୍ଦୋଳନ କରୁଛି । ଏମିତି କି ପୂର୍ବରୁ ଭଦ୍ରକ ଜିଲ୍ଲା ବନ୍ଦ ଘୋଷଣା କରାଯାଇଥିଲା । ସେତେବେଳେ ଜିଲ୍ଲାର ପ୍ରତ୍ୟକ ଗାଁ ଓ ପଞ୍ଚାୟତରେ ମଧ୍ୟ ବନ୍ଦ ଡାକରାର ପ୍ରଭାବ ଦେଖିବାପାଇଁ  ମିଳିଥିଲା । ଏବେ ପୁଣି ଭଦ୍ରକ ସହର ବନ୍ଦ ଡାକରା ଦେଇଛି କଂଗ୍ରେସ । ପ୍ରଥମେ ସହର ବନ୍ଦ ଡକରା ସଫଳ ହେବା ପରେ ପୁଣି ପଞ୍ଚାୟତସ୍ତରରେ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଯେତେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି,  ସେତେ ପର୍ଯ୍ୟନ୍ତ ବିଭିନ୍ନ ଉପାୟରେ ଆନ୍ଦୋଳନକୁ ଜାରି ରଖିବ କଂଗ୍ରେସ । ଅନ୍ୟପଟେ ବିଭିନ୍ନ ସାମାଜିକ ସଂଗଠନ କଂଗ୍ରେସର ଏହି ଡାକରାକୁ ସମର୍ଥନ ଜଣାଇଛନ୍ତି । ଭଦ୍ରକ ସୋସିଆଲ ସର୍ଭିସ ମଧ୍ୟ ବନ୍ତ ଛକ , ବସଷ୍ଟାଣ୍ଡ ଓ ବଜାର ମାନଙ୍କ ରେ ପ୍ଲାକାଡ ଧରି ଭଦ୍ରକ ବାସୀଙ୍କୁ ସଚେତନ କରାଉଛନ୍ତି ।

{"id":373962,"sizeSlug":"large"}

ମେଡିକାଲ କଲେଜ ପ୍ରତିଷ୍ଠା ଦାବି କରୁଥିବା ମେଡିକାଲ କଲେଜ ସଂଗ୍ରାମୀ ସେନା ମଧ୍ୟ ଜିଲ୍ଲାବାସୀଙ୍କ ସମୂହ ସ୍ଵାର୍ଥ ପାଇଁ କଂଗ୍ରେସର ବନ୍ଦ ଡାକରାରେ ସାମିଲ ହୋଇଛି । କିନ୍ତୁ ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦକୁ ସଫଳ କରିବା ନେଇ ସହରବାସୀଙ୍କୁ ନିବେଦନ କରିଛି । ଅନ୍ୟପଟେ ସ୍ପିକ ଆଉଟ ଫର ଭଦ୍ରକ ମେଡିକାଲ କଲେଜ କ୍ୟାମ୍ପେନ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ନିଜ ନିଜର ଦାବିକୁ ଅନେକ ଉପସ୍ଥାପନା କରୁଛନ୍ତି ।

{"id":373963,"sizeSlug":"large"}

ଡିସେମ୍ବର ୮ରେ ଭାରତ ବନ୍ଦକୁ କଂଗ୍ରେସ ସମର୍ଥନ କରୁଛି । ଏହାର ମାତ୍ର ଗୋଟିଏ ଦିନ ପରେ ସହର ବନ୍ଦକୁ ନେଇ ପ୍ରଶ୍ନ କରିଛନ୍ତି ସ୍ପିକ ଆଉଟ ଫର ଭଦ୍ରକ ମେଡିକାଲ କଲେଜ କ୍ୟାମ୍ପେନର ସଂଯୋଜକ  । ଏହି ବନ୍ଦ ଡାକରାକୁ ସଫଳ କରିବା ନେଇ ସହରବାସୀଙ୍କ ସହଯୋଗର ମଧ୍ୟ ଆବଶ୍ୟକତା ରହିଛି ।   ଜିଲ୍ଲା ର ସମୂହ ସ୍ଵାର୍ଥ ପାଇଁ ଜିଲ୍ଲାବାସୀଙ୍କ ସହଯୋଗ ସହ ମନୋବଳ ମଧ୍ୟ ଦୃଢ ହେବା ଆବଶ୍ୟକ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ବିଭିନ୍ନ ଉପାୟରେ ଆନ୍ଦୋଳନ ଜାରି ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.