ଲଘୁଚାପଜନିତ ବର୍ଷା ପରେ ବନ୍ୟା ସ୍ଥିତି ସୃଷ୍ଟି ହେବା ଆଶଙ୍କା, ଭଦ୍ରକ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ

Published By : Prameya-News7 Bureau | June 11, 2021 IST

ଭଦ୍ରକ ୧୧।୬: ଲଘୁଚାପ ଜନିତ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ଏସଆରସିଙ୍କ ନିର୍ଦ୍ଦେଶ ମୁତବକ ଭଦ୍ରକ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଜିଲ୍ଲାରେ ସମସ୍ତ ସହରାଞ୍ଚଳରେ ଯେମିତି ବର୍ଷା ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ନ ହୁଏ ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି । ସାଳନ୍ଦୀ ଡିଭିଜନ ଓ ଡ୍ରେନେଜ ବିଭାଗକୁ ବର୍ଷା ଜଳ ନିଷ୍କାସନ ପାଇଁ ସମସ୍ତ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପୌରାଞ୍ଚଳଗୁଡିକରେ ବର୍ଷା ଜନିତ ସମସ୍ୟା ପାଇଁ ପାଣି ପମ୍ପର ବ୍ୟବସ୍ଥା କରାଯାଉଛି । ତେବେ ସମସ୍ତ ବିଭାଗ ସହ ଜିଲ୍ଲା କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟା ଖୋଲା ରହିବ । ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଆଲର୍ଟ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ବିଡ଼ିଓ ଓ ତହସିଲଦାର ତଳିଆ ଅଞ୍ଚଳ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରିବା ସହ ପ୍ରସ୍ତୁତ ରହିବେ । ତେବେ କୌଣସି କ୍ଷୟକ୍ଷତି ଯେମିତି ନ ହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିବେ ବୋଲି ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.