Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଭଦ୍ରକ ପ୍ରଶାସନ ସଜାଗ : ଅଗ୍ନିଶମ ବାହିନୀ ପ୍ରସ୍ତୁତ, ଆଶ୍ରୟସ୍ଥଳୀର ଚାଲିଛି ଯାଞ୍ଚ

22/05/2021 at 4:04 PM

ଭଦ୍ରକ ୨୨।୫: ସମ୍ଭାବ୍ୟ ବାତ୍ୟାକୁ ନେଇ ଭଦ୍ରକ ଜିଲ୍ଲା ସମସ୍ତ ବ୍ଲକରେ ପ୍ରସ୍ତୁତି ଜୋରଦାର ହୋଇଛି । ସମୁଦ୍ର ତଟବର୍ତ୍ତି ଦୁଇଟି ବ୍ଲକ୍ ଚାନ୍ଦବାଲି ଓ ବାସୁଦେବପୁରରେ ସ୍ଥିତି ପରଖିଛନ୍ତି ଭଦ୍ରକ ଜିଲ୍ଲାପାଳ । ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ପରେ ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ଯାଞ୍ଚ କରାଯାଉଛି । ଅଗ୍ନିଶମ ବାହିନୀକୁ ମଧ୍ୟ ବାତ୍ୟାକୁ ମୁକାବିଲା ପାଇଁ ଆବଶ୍ୟକୀୟ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ୮୪ଟି ବାତ୍ୟା ଆଶ୍ରୟ ସ୍ଥଳକୁ ଠିକ୍ କରାଯିବା ସହିତ ୫୦୦ ବିଦ୍ୟାଳୟକୁ ମଧ୍ୟ ସେଲଟର ଭାବେ ବ୍ୟବହାର କରାଯିବ ବୋଲି ସ୍ଥିର ହୋଇଛି । ବାତ୍ୟା ବେଳେ କୌଣସି ଲୋକ ଯେପରି ଚାଳ ଘରେ ରହିବେ ନାହିଁ ସେଥିପ୍ରତି ବେଶେଷ ଗୁରୁତ୍ବ ଦିଆଯାଇଛି । ପାନୀୟ ଜଳ ବିଦ୍ୟୁତ ସରବରାହ ଉପରେ ଗୁରୁତ୍ବ ଦିଆଯାଇଛି ।

ସେହିପରି ବରିଷ୍ଠ ଅଧିକାରୀମାନଙ୍କୁ ବାସୁଦେବପୁର ଓ ଚାନ୍ଦବାଲି ଅଞ୍ଚଳରେ ସଜାଗ ରହି କାର୍ଯ୍ୟ କରିବାକୁ ନିୟୋଜିତ କରାଯାଇଛି ବାତ୍ୟା ପୂର୍ବରୁ ଯେହେତୁ ଲୋକମାନଙ୍କୁ ସମୁଦ୍ର ଉପକୂଳରୁ ବାତ୍ୟା ଆଶ୍ରୟସ୍ଥଳ ଓ ବିଦ୍ୟାଳୟମାନଙ୍କୁ ଉଠାଯିବ ତେଣୁ ସାମାଜିକ ଦୂରତା ଉପରେ ଦୃଷ୍ଟି ଦିଆଯିବ ଏବଂ ସେମାନଙ୍କର ଆଣ୍ଟିଜେନ୍ ଟେଷ୍ଟ ମଧ୍ୟ କରାଯିବ । ଯାହାଦ୍ବାରା କୋଭିଡ୍ ସଂକ୍ରମଣ ହେବନାହିଁ ବୋଲି ସୂଚନା ମିଳିଛି । ତେବେ ଭଦ୍ରକ ଜିଲ୍ଲାର ଅଗ୍ନିଶମ ବାହିନୀର ୯ଟି କେନ୍ଦ୍ରରେ ପ୍ରସ୍ତୁତି ସରିଛି । ସିଭିଲ ଡିଫେନ୍ସ ସ୍ବେଚ୍ଛାସେବୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

   Related Posts