Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସମ୍ଭାବ୍ୟ ବାତ୍ୟା ପାଇଁ ତତ୍ପର ଭଦ୍ରକ ପ୍ରଶାସନ, କରୋନା ପାଇଁ ପ୍ରସ୍ତୁତ ହେଉଛି ବିଭିନ୍ନ ବ୍ଲକର ବାତ୍ୟା ଆଶ୍ରୟସ୍ଥଳୀ

20/05/2021 at 5:02 PM

ଭଦ୍ରକ, ୨୦/୫: ସମ୍ଭାବ୍ୟ ବାତ୍ୟାକୁ ନେଇ ଭଦ୍ରକ ଜିଲ୍ଲାର ପ୍ରଶାସନିକ ଅଧିକାରୀ ତତ୍ପର ହୋଇଛନ୍ତି। ସମୁଦ୍ର ତଟବର୍ତ୍ତି ଦୁଇଟି ବ୍ଲକ ଚାନ୍ଦବାଲି ଓ ବାସୁଦେବପୁରରେ ସ୍ଥିତି ପରଖିଛନ୍ତି ଭଦ୍ରକ ଜିଲ୍ଲାପାଳ। ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ପରେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ଯାଞ୍ଚ କରାଯାଉଛି । ଅଗ୍ନିଶମ ବାହିନୀକୁ ମଧ୍ୟ ବାତ୍ୟାକୁ ମୁକାବିଲା ପାଇଁ ଆବଶ୍ୟକୀୟ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କୋଭିଡ ପ୍ରଟୋକଲ ପାଇଁ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ତଦାରଖ କରାଯାଇଛି । ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ବିଡ଼ିଓ ଓ ତହସିଲଦାରଙ୍କୁ ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ଼ ପାଇଁ ବାତ୍ୟା ଆଶ୍ରୟସ୍ଥଳୀରେ ପୂର୍ବଭଳି ଲୋକଙ୍କୁ ରଖାଯାଇ ପାରିବ ନାହିଁ । ସେଥି ପାଇଁ ଜିଲ୍ଲାର ସମସ୍ତ ବ୍ଲକର ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରାଯାଉଥିବା ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି l

   Related Posts