ଭଦ୍ରକରୁ ଆଜି ୩ କରୋନା ଆକ୍ରାନ୍ତ ଚିହ୍ନଟ, ଘରୋଇ ଡାକ୍ତରଖାନା ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା ଜିଲ୍ଲା ପ୍ରଶାସନ

Published By : Prameya-News7 Bureau | July 18, 2020 IST

ଭଦ୍ରକ ୧୮।୦୭: ଭଦ୍ରକ ଜିଲ୍ଲାରେ ଆଜି ୩ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ସମସ୍ତେ ଲୋକାଲ କଣ୍ଟାକ୍ଟ ରହିଛନ୍ତି  । ଭଦ୍ରକ ବ୍ଲକ ବଣିଆ ଅଞ୍ଚଳରୁ ଜଣେ ,  ଭଦ୍ରକ ପୌରପାଳିକା ଅନ୍ତର୍ଗତ ଅପର୍ତ୍ତିବିନ୍ଧା ଅଞ୍ଚଳରୁ ଜଣେ ଓ କୋରକୋରା ଗାଁରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୨୯୧ ଜଣ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ରହିଛି । ସେହିପରି ସେପଟେ ଘରୋଇ ଡାକ୍ତରଙ୍କ ପାଇଁ ସ୍ଵତନ୍ତ୍ର ନିର୍ଦ୍ଦେଶନାମା ଜାରୀ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାର ଯେଉଁ ଡାକ୍ତରମାନେ ଘରୋଇ କ୍ଲିନିକ , ପଲ୍ଲି କ୍ଲିନିକ ଓ ନର୍ସିଙ୍ଗହୋମରେ ରୋଗୀ ଦେଖୁଛନ୍ତି ସେମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ଯେଉଁ ଘରୋଇ କ୍ଲିନିକ , ପଲ୍ଲି କ୍ଲିନିକ ଓ ନର୍ସିଙ୍ଗହୋମ ଗୁଡିକ ଏହି ନିୟମ ନମାନିବେ । ତେବେ ସେମାନଙ୍କ ବିରୋଧ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ -

୧ : ସମସ୍ତ ଘରୋଇ କ୍ଲିନିକ, ପଲ୍ଲି କ୍ଲିନିକ ଓ ନର୍ସିଙ୍ଗହୋମରେ ନିଶ୍ଚିତ ଫିବର କ୍ଲିନିକ ଓ ଆଇସୋଲେସନ ୱାର୍ଡ ରହିବ ।

୨ : ହାତଧୋଇବା ସୁବିଧା ସହ , ମାସ୍କ , ସାନିଟାଇଜର ରଖିବା ବାଧ୍ୟତାମୂଳକ ।

୩ : ଥର୍ମୋମିଟର , ରକ୍ତଚାପ ମାପିବା ଯନ୍ତ୍ର , ଷ୍ଟ୍ରେଥୋ ଭଳି ସିଙ୍ଗିଲ ବ୍ୟବହାର ହେଉଥିବା ଯନ୍ତ୍ରପାତିକୁ ପ୍ରତି ଥର ବ୍ୟବହାର ପରେ ସାନିଟାଇଜ କରିବା ଉଚିତ୍‌ ।

୪ : ରିସେପସନ ସେଣ୍ଟର ରହିବା ସହ ଜ୍ଵର , କୌଣସି କାରୋନା ଲକ୍ଷଣ ଥିବା ରୋଗୀ , ହଟସ୍ପଟ , କଣ୍ଟେନମେଣ୍ଟ ଅଞ୍ଚଳରୁ ଆସିଥିବା ରୋଗୀଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନା ବା କୋଭିଡ ହସ୍ପିଟାଲକୁ  ଯିବାକୁ ଗାଇଡ କରିବେ ।

୫ :  ଆସୁଥିବା ରୋଗୀ ତଥା ସମ୍ପର୍କୀୟ ମାନେ ମାସ୍କ ବ୍ୟବହାର କରିବା । ହାତ ଧୋଇବା ସହ ସାନିଟାଇଜର ବ୍ୟବହାର କରାଇବା ନେଇ ଡାକ୍ତର ତଥା କର୍ମଚାରୀ ପରଖିବେ ।

୬ : ଘରୋଇ କ୍ଲିନିକ , ପଲ୍ଲି କ୍ଲିନିକ ଓ ନର୍ସିଂ ହୋମ  ପରିସରରେ ସାମାଜିକ ଦୂରତା ନିୟମ ମାନିବେ ।

୭ : କଣ କରିବା ଉଚିତ ଓ କଣ ଅନୁଚିତ ସେ ନେଇ ପୋଷ୍ଟର ଲଗାଇବେ ।

୮ :  ଲକ୍ଷଣ ଥିବା ରୋଗୀଙ୍କ ବିଷୟରେ ଜିଲ୍ଲା ସର୍ଭିଲାନ୍ସ ଟିମ୍‌ ସ୍ଥାନୀୟ ପ୍ରଶାସନକୁ ସୂଚନା ଦେବେ ।

୯ :  ଆସୁଥିବା ରୋଗୀଙ୍କ ବିଷୟରେ ରେଜିଷ୍ଟରରେ ତଥ୍ୟ ରଖିବେ ।

୧୦ : ଆବଶ୍ୟକ ବେଳେ ଜିଲ୍ଲାପ୍ରଶାସନର ଅନୁମତିପ୍ରାପ୍ତ ଅଫିସରଙ୍କୁ ଘରୋଇ କ୍ଲିନିକ , ପଲ୍ଲି କ୍ଲିନିକ ଓ ନର୍ସିଂ ହୋମ ପରିସରରେ ଯାଞ୍ଚ ସହ ରେଜିଷ୍ଟର ଦେଖିବା ପାଇଁ ଅନୁମତି ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.