ଭଦ୍ରକରେ ନାବାଳିକାକୁ ଦୁଷ୍କର୍ମ ମାମଲା : ଅଭିଯୁକ୍ତ ଦିଗମ୍ବର ମାଝୀକୁ ୧୦ବର୍ଷ କାରାଦଣ୍ଡ ଓ ଲକ୍ଷେ ଟଙ୍କା ଜରିମାନା

Published By : Prameya-News7 Bureau | July 20, 2019 IST

ଭଦ୍ରକ ୨୦|୭: ନାବାଳିକା ଦୁଷ୍କର୍ମ ମାମଲାରେ ଭଦ୍ରକ ଜିଲ୍ଲା ଅତିରିକ୍ତ ଓ ଦୌରାଜଜ୍ ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି । ଏହାସହ ଲକ୍ଷେ ଟଙ୍କାର ଜରିମାନ ମଧ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଭିଯୁକ୍ତ ଆଉ ବର୍ଷେ ସଶ୍ରମ କାରାଦଣ୍ଡ ଭୋଗିବ ବୋଲି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପ୍ରଣତି ଶାହା ନିର୍ଦ୍ଦେଶ ଦେଇଛନ୍ତି ।

{"id":135626}

୨୦୧୬ ମସିହା ଜାନୁଆରୀ ୧୧ତାରିଖ ଦିନ ଭଦ୍ରକ ଜିଲ୍ଲାର ପଳିକିରି ଗାଁରେ ଦିଗମ୍ବର ମାଝୀ ନାମକ ଅବିବାହିତ ଯୁବକ ୮ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତ ଦିଗମ୍ବରକୁ ଗିରଫ କରିଥିଲା । ଏହି ମାମଲା ଭଦ୍ରକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତରେ ଚାଲିଥିଲା । ମାମଲା ବେଳେ ସମୁଦାୟ ୧୭ଜଣଙ୍କ ସାକ୍ଷ୍ୟପ୍ରମାଣ ନିଆଯାଇଥିଲା । ଘଟଣାରେ ଦିଗମ୍ବର ମାଝୀକୁ ଦୋଷୀସାବ୍ୟସ୍ତ କରି ଅଦାଲତ ୧୦ବର୍ଷ ସଶ୍ରମ କାରାଦଣ୍ଡ ଓ ଲକ୍ଷେ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.