ଦିଅର ପ୍ରେମରେ ପଡିଗଲେ ଭାଉଜ, ସ୍ବାମୀଙ୍କୁ ତଲାକ୍‌ ଦେବାକୁ କହିବାରୁ ଦିଓ୍ବାନା ଦେବରଙ୍କ ଉତୁରିଗଲା ନିଶା

Published By : Prameya-News7 Bureau | April 24, 2021 IST

ଦରଭଙ୍ଗା ୨୪/୦୪ : ସାଧାରଣତଃ ପତି ଏବଂ ପତ୍ନୀଙ୍କ ମଧ୍ୟରେ ବେଳେବେଳେ ପାଟିତୁଣ୍ଡ ଲାଗେ । କିନ୍ତୁ ପରେ ସମାଧାନର ରାସ୍ତା ମଧ୍ୟ ବାହାରିଆସେ । କିନ୍ତୁ ବିହାରର ଦରଭଙ୍ଗା ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପତି, ପତ୍ନୀ ଏବଂ ଦିଅର ୩ଜଣଙ୍କୁ ଆଇନର ଆଶ୍ରୟ ନେବାକୁ ପଡିଛି ।

ସୂଚନା ଅନୁସାରେ, ବେନ୍ତା ଅଞ୍ଚଳର ମହମ୍ମଦ ଉମେର ନାମକ ବ୍ୟକ୍ତି ୪ ବର୍ଷ ପୂର୍ବେ ବିବାହ କରିଥିଲେ । କିନ୍ତୁ ଅନେକ ସମୟରେ ଉମେର ପତ୍ନୀଙ୍କୁ ଘରେ ଛାଡି ମୁଜାଫରପୁରରେ ରହି ଟ୍ୟୁସନ୍‌ କରୁଥି​‌ଲେ । ତେବେ ସ୍ବାମୀ ବାହାରେ ରହୁଥିବାରୁ ଘରେ ଥିବା ଦିଅର ମହମ୍ମଦ ସହାବୁଦ୍ଦିନ ସହିତ ମହିଳାଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏହା ପରେ ମହିଳାଜଣକ ନିଜ ସ୍ବାମୀଙ୍କୁ ଛାଡି ଦିଅରକୁ ବିବାହ କରିବାକୁ ଜିଦ୍‌ ଧରିଥିଲେ ।

ପୋଲିସ କହିବା ମୁତାବକ, ମହିଳାଜଣକ ନିଜ ସ୍ବାମୀଙ୍କୁ ତଲାକ୍‌ ଦେବାକୁ ଆବେଦନ କରିଥିବା ବେଳେ ସେପଟେ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବାକୁ ନେଇ ଦିଅର ବିରୁଦ୍ଧରେ ମଧ୍ୟ ଅଭିଯୋଗ କରିଛନ୍ତି । ଏହା ପରେ ପତି, ପତ୍ନୀ ଏବଂ ଦିଅର ସମସ୍ତଙ୍କୁ ଥାନାକୁ ଡାକି ଘଟଣାର ସମାଧାନ କରିବାକୁ ପ୍ରୟାସ କରିଥିଲା । କିନ୍ତୁ କୌଣସି ନିଷ୍କର୍ସ ବାହାରିପାରିନଥିଲା ।

ଥାନାଧିକାରୀ ଅନୋଜ କୁମାର କହିଛନ୍ତି, ବହୁ ବୁଝାସୁଝା ପରେ ମଧ୍ୟ କୌଣସି ରାସ୍ତା ବାହାରିପାରି ନାହିଁ । ଗୋଟେ ପଟେ ମହିଳାଜଣକ ନିଜ ସ୍ବାମୀଙ୍କ ଠାରୁ ତଲାକ୍‌ ନେଇ ଦିଅରକୁ ବିବାହ କରିବାକୁ ଚାହୁଁଛନ୍ତି ସେପଟେ ଦିଅର ବିବାହ କରିବାକୁ ଅମଙ୍ଗ । ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ କଥାକୁ ମଧ୍ୟ ଅସ୍ବୀକାର କରିଛି ମହମ୍ମଦ ସହାବୁଦ୍ଦିନ । ତେବେ ପୋଲିସ ସମସ୍ତଙ୍କ ବୟାନ ରେକର୍ଡ କରି ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.