Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଭାବିଜୀ ଘର ପର ହେ’ ଫେମ୍ ଅଭିନେତ୍ରୀଙ୍କ ହେୟାର ଡ୍ରେସର କରୋନା ପଜିଟିଭ : କ୍ବାରେଣ୍ଟାଇନରେ ସୌମ୍ୟା

9/07/2020 at 10:27 AM

ମୁମ୍ବାଇ ୯/୭: ଅନଲକର ପ୍ରକ୍ରିୟା ଆରମ୍ଭ ହେବା ସହ ଟିଭି ଶୋକୁ କେତେକ ସର୍ତ୍ତ ସହ ସୁଟିଂର ଅନୁମତି ମିଳିଛି। ଏହା ଦ୍ବାରା ଆକ୍ଟର୍ସ ଏବଂ ବାକି କ୍ରୃ ପାଇଁ ବିପଦ ଆହୁରି ବଢ଼ିଯାଇଛି। ଆଣ୍ଡ ଟିଭିର ଚର୍ଚ୍ଚିତ ଧାରାବାହିକ ଭାବିଜୀ ଘର ପର ହେ ରେ ଗୋରୀ ମ୍ୟାମ୍ ଅନିତା ମିଶ୍ରାଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ସୌମ୍ୟା ଟଣ୍ଡନଙ୍କ ବ୍ୟକ୍ତିଗତ ହେୟାର ଡ୍ରେସର କରୋନାରେ ସଂକ୍ରମିତ ଥିବା ଜଣା ପଡ଼ିଛି।

ଏବେ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି। ଏହା ସହିତ ସୌମ୍ୟାଙ୍କୁ ମଧ୍ୟ କିଛି ଦିନ ସୁଟିଂକୁ ନ ଆସିବାକୁ ନିର୍ଦେଶ ଦିଆଯାଇଛି। ସୌମ୍ୟା ଏହି ଶୋ ଛାଡ଼ିଦେବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି।

ଶୋ ର ମେକର୍ସଠୁ ଆରମ୍ଭ କରି ତାଙ୍କ ଟିମ୍ ଯାଏଁ ସମସ୍ତେ ସୌମ୍ୟାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ଅଛନ୍ତି ଏବଂ ତାଙ୍କୁ ଘରେ ରହି ଆରାମ କରିବାକୁ କହୁଛନ୍ତି।

କିଛି ଦିନ ତଳେ ସୌମ୍ୟା ତାଙ୍କ ହେୟାର ଡ୍ରେସରଙ୍କ ସହ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ଲେଖିଥିଲେ ଯେ ନିଜ ଷ୍ଟାଫଙ୍କୁ ପ୍ରୋଟେକ୍ଟ କରନ୍ତୁ। ଚାଲନ୍ତୁ ଖରାପ ସମୟରେ ତାଙ୍କୁ ସାହାଯ୍ୟ କରିବା। ଚାଲନ୍ତୁ ଟିକେ ଦୟା ଦେଖାଇବା ।’

ଭାବିଜୀ ଛୋଟ ପରଦାର ସବୁଠୁ ଲୋକପ୍ରିୟ ଟିଭି ଶୋ ମଧ୍ୟରେ ଗୋଟିଏ। ସୁଟିଂ ପୁଣି ଥରେ ହେବା ପାଇଁ ଅନୁମତି ମିଳିବା ପରେ ପୂରା ନିୟମ ଏବଂ ସାବଧାନତା ସହକାରେ କାମ କରାଯାଉଛି କିନ୍ତୁ ତଥାପି ବିପଦ କମି ନାହିଁ।

   Related Posts